ବିଜେଡି ନେତା ହତ୍ୟା ମାମାଲାରେ ମାଓ ନେତା ସବ୍ଯସାଚୀ ନିର୍ଦୋଷ, ଏଡିଜେ କୋର୍ଟଙ୍କ ରାୟ ପ୍ରକାଶ

ଗୁଣୁପୁର(କେନ୍ୟୁଜ୍): ବହୁ ଚର୍ଚ୍ଚିତ ବିଜେଡି ନେତା ଯଯାତି ସାହୁ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି।ଗୁଣପୁର ଏଡିଜେ କୋର୍ଟ ମାଓନେତା ସବ୍ଯସାଚୀଙ୍କୁ ଏହି ମାମାଲାରେ ଆଜି ନିର୍ଦୋଷ କରିଥିବା ସବ୍ଯସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି।

୨୦୦୨ ମସିହା ନଭେମ୍ବର ୨୬ ତାରିଖରେ ଗୁଡାରୀ ଥାନା ନାଇରା ଗାଁରେ ଯଯାତି ସାହୁ ଘରେ ଥିବା ବେଳେ ଘରୁ ଡାକି ନେଇ ବିଳମ୍ବିତ ରାତିରେ ସଙ୍ଘବଦ୍ଧ ଭାବେ ହତ୍ୟା କରିଥିଲେ। ଦୀର୍ଘ ୨୦ ବର୍ଷ ପରେ ଏହି ମାମଲାର ଆଜି ରାୟ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.