Below header

ନୂଆ ଟ୍ରାଫିକ ନିୟମ ପ୍ରଭାବ, ଲୋକେ ତେଲ କିଣୁ ନାହାନ୍ତି କି ମଦ ପିଉନାହାନ୍ତି

ଭୁବନେଶ୍ୱର ରାଜରାସ୍ତାରେ ପୂର୍ବ ଭଳି ଗହଳି ଚହଳି ନାହିଁ। ଗାଡ଼ି ଚଳାଚଳ କମିଛି। କାଗଜପତ୍ର ଠିକ୍‌ଠାକ୍‌ ନଥିଲେ ଫାଇନ ଆଦାୟ ଭୟରେ ଘରୁ ଗାଡ଼ି ବାହାର କରୁ ନାହାନ୍ତି ଲୋକ। ନୂଆ ମୋଟର ଯାନ ଆଇନ ଲାଗୁ ପରେ ଏମିତି ଅବସ୍ଥା। ଏହାର ପ୍ରଭାବ ପଡିଛି ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ। ପୂର୍ବରୁ ରାଜ୍ୟରେ ପ୍ରତିଦିନ ୨୭ ଲକ୍ଷ ୨୦ ହଜାର ଲିଟର ପେଟ୍ରୋଲ ବିକ୍ରି ହେଉଥିଲା। ବର୍ତ୍ତମାନ ୪ ଲକ୍ଷ ୮ ହଜାର ଲିଟର କମ୍‌ ବିକ୍ରି ହେଉଛି । ସେହିପରି ନୂଆ ନିୟମ ପୂର୍ବରୁ ଗୋଟିଏ ଦିନରେ ପ୍ରାୟ ୮୩ ଲକ୍ଷ ୫ ହଜାର ଲିଟର ଡିଜେଲ ବିକ୍ରି ହେଉଥିଲା। ଏବେ ୧୨ ଲକ୍ଷ ୪୫ ହଜାର ଲିଟର କମ୍‌ ବିକ୍ରି ହେଉଛି। ଫଳରେ ପେଟ୍ରୋଲରେ ଭାଟ୍‌ ବାବଦକୁ ୫୭ ଲକ୍ଷ ୫୯ ହଜାର ଟଙ୍କା କ୍ଷତି ସହୁଛନ୍ତି ରାଜ୍ୟ ସରକାର। ଡିଜେଲ କ୍ଷେତ୍ରରେ କ୍ଷତି ୧ କୋଟି ୭୮ କୋଟି ଟଙ୍କା।

ନୂଆ ମୋଟର ଯାନ ଆଇନ କମାଇ ଦେଲା ମଦ ବିକ୍ରି। ମଦୁଆ ଗାଡ଼ି ଚାଳକଙ୍କ ହୃତସ୍ପନ୍ଦନ ବଢ଼ିଛି। ବାର୍‌ ଗୁଡ଼ିକରେ କମିଛି ୫୦ ପ୍ରତିଶତ ବିକ୍ରି। କିନ୍ତୁ ଦୋକାନଗୁଡ଼ିକରେ କାରବାର ପୂର୍ବ ଭଳି ରହିଛି। ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଏସମସ୍ତ ଦିଗକୁ ନେଇ ବିଚାରବିମର୍ଶ ଚାଲିଛି।ମୋଟର ଯାନ ଆଇନ ଅନୁସାରେ କେନ୍ଦ୍ର ସରକାରଙ୍କ ଧାର୍ଯ୍ୟ ଜରିମାନାକୁ କମାଇ ପାରିବେ ନାହିଁ ସରକାର। ବରଂ ବୃଦ୍ଧି କରି ପାରିବେ।

ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ କମିଲା ପେଟ୍ରୋଲ ଓ ଡିଜେଲ ବିକ୍ରି। ଯାହାର ପ୍ରଭାବ ପଡ଼ିଛି ରାଜ୍ୟ ରାଜକୋଷ ଉପରେ। ମଦ ବ୍ୟବସାୟ କ୍ଷେତ୍ରରେ ବି ସମାନ ସ୍ଥିତି । ବାରଗୁଡ଼ିକରେ ପୂର୍ବ ଅପେକ୍ଷା ୫୦ ପ୍ରତିଶତ ବ୍ୟବସାୟ କମିଛି। କିନ୍ତୁ ଦୋକାନଗୁଡ଼ିକରେ ବିକ୍ରି ଠିକଠାକ୍‌। ଏସବୁ ଭିତରେ ରାଜ୍ୟ ସରକାର କେନ୍ଦ୍ରୀୟ ଆଇନକୁ ନେଇ ବିଚାରବିମର୍ଶ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.