ଡିଆରଡିଓ ତଥ୍ୟ ଚୋରୀ ମାମଲାରେ ନୂଆ ଟ୍ୱିଷ୍ଟ : ଆସିଲା ଆଉ ଜଣେ ରହସ୍ୟମୟୀ ମହିଳାଙ୍କ ଲିଙ୍କ

ବାଲେଶ୍ୱର (କେନ୍ୟୁଜ): ଚାନ୍ଦିପୁର ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ନୂଆ ଟ୍ଵିଷ୍ଟ । ଘଟଣାରେ ଆଉ ଜଣେ ମହିଳାଙ୍କ ଲିଙ୍କ ଥିବା ସୂଚନା ମିଳିଛି । ଜଣେ ଅଭିଯୁକ୍ତଙ୍କୁ ଫୋନ କରି ଟଙ୍କା ପଠାଇବାକୁ କହିଥିଲେ ମହିଳା । ଏହାପରେ ଅଭିଯୁକ୍ତ ୨ଟି ଆକାଉଣ୍ଟରେ ସଂପୃକ୍ତ ମହିଳାଙ୍କୁ ୪୦ ହଜାର ଟଙ୍କା ପଠାଇଥିଲେ । ଏହି ଦୁଇଟି ଆକାଉଣ୍ଟ ମୁମ୍ବାଇର ଆକ୍ସିସ ଏବଂ ଇଣ୍ଡିଆନ ବ୍ୟାଙ୍କର ବୋଲି ଜଣାପଡିଛି । ଏନେଇ ସୂଚନା ଦେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ।

ଓଡ଼ିଶାରେ ସ୍ଲିପର୍‌ ସେଲ୍‌ ଥିବା ସନ୍ଦେହ କରଯାଉଛି । ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ ମୁମ୍ବାଇ ଯିବ । ଡିଆରଡିଓ ତଥ୍ୟ ଲିକ୍‌ ମାମଲାରେ ଗିରଫ ହୋଇଛନ୍ତି ୫ ଜଣ ଅଭିଯୁକ୍ତ । ପୂର୍ବରୁ ରହସ୍ୟମୟୀର ପାକିସ୍ତାନ ଲିଙ୍କ୍‌ ସାମନାକୁ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.