କଟକ ଏସସିବି ମେଡିକାଲରୁ ନବଜାତଶିଶୁ କନ୍ୟା ଚୋରି: କର୍ମଚାରୀଙ୍କ ହାତ ଥିବା ଅଭିଯୋଗ କଲେ ଶିଶୁର ବାପା

କଟକ(କେନ୍ୟୁଜ୍): କଟକ ଏସସିବି ମେଡିକାଲରୁ ନବଜାତଶିଶୁ କନ୍ୟା ଚୋରି। ପ୍ରସୂତି ବିଭାଗର ଆଇସିୟୂୁରୁ ପିଲା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ସିସିଟିଭି ଯାଞ୍ଚ କରୁଛନ୍ତି ଏସ ସିବି କର୍ତ୍ତୃପକ୍ଷ। ନବଜାତକୁ ଜଣ୍ଡିସ ହୋଇଥିବାରୁ ଆଇସିୟୁରେ ଚିକିତ୍ସା ହେଉଥିଲା। ଚିକିତ୍ସା ସମୟରେ ଚୋରି ହୋଇ ଥିବା ଅଭିଯୋଗ କରିଛନ୍ତି ନବଜାତଶିଶୁର ବାପା। ଏନେଇ ଏସସିବି ମେଡିକାଲ ଫାଣ୍ଡି ଏତଲା କଲେ ଶିଶୁର ବାପା। ତାଙ୍କ ଘର ପୁରୀ ଚନ୍ଦନପୁର ଅଞ୍ଚଳରେ। ନବଜାତ ଶିଶୁର ବାପାଙ୍କ କହିବା କଥା ଗତ ଗୁରୁବାର ଦିନ ତାଙ୍କର ସ୍ତ୍ରୀଙ୍କୁ ଏସସିବି ମେଡିକାଲ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ । ସେହିଦିନ ତାଙ୍କର ଯାଆଁଳ ଶିଶୁ କନ୍ୟା ଜନ୍ମ ନେଇଥିଲେ। ଏବଂ ଦୁଇ ଶିଶୁ କନ୍ୟା ସୁସ୍ଥ ଥିଲେ। ଆଜି ସେମାନଙ୍କୁ ଡିସଚାର୍ଜ କରିବା ପାଇଁ ବିଭାଗର ଡାକ୍ତର ସକାଳେ କହିଥିଲେ ।

ମାତ୍ର ଆଜି ଚେକଅପ କରିବା ସମୟରେ ସାନ ଝିଅର ଜଣ୍ଡିସ ହୋଇଥିବା ଜଣା ପଡିଥିଲା । ତେବେ ଶୁଶୁ କନ୍ୟାକୁ ଆଜି ଦିନ ୧୨ଟା ସମୟରେ ଆଇସିୟୁରେ ଭର୍ତ୍ତି କରିଥିଲେ । ଶୁଶୁ କନ୍ୟାର ପିଇସା ଆଇସିୟୁ ରେ ଆଡମିଶନ କରି ଆସିବା ପରେ ଦିନ ୩ ଟାରେ ଶିଶୁ କନ୍ୟା ଚୋରି ହୋଇଥିବା ପିୟୁସୀ ଜାଣିବାକୁ ପାଇଥିଲେ । ତେବେ ଶୁଶୁର ବାପାଙ୍କ କହିବା କଥା,ଯେତେବେଳେ ଆଇସିୟୁ ଭିତରକୁ କାହାକୁ ଅନୁମତି ନାହିଁ କିଭଳି ଆଇସିୟୁରୁ ଝିଅ ଚୋରି ହେଲା? ଚୋରି ପଛରେ ପ୍ରସୂତି ବିଭାଗ କର୍ମଚାରୀଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଶିଶୁ କନ୍ୟାର ବାପା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.