ଅନୁଗୁଳ ମଇଧରପୁର ଉପରସାହିରେ ଅଭବାନୀୟ ଘଟଣା, ପରିତ୍ୟକ୍ତ ସ୍ଥାନରେ ଦୁଇଟି ନବଜାତ ଶିଶୁ କନ୍ୟାଙ୍କ ମୃତଦେହ ଠାବ

ଅନୁଗୁଳ: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଅନୁଗୁଳ ମଇଧରପୁର ଉପରସାହିରେ ଅଭବାନୀୟ ଘଟଣା । ଏକ ପରିତ୍ୟକ୍ତ ସ୍ଥାନରେ ଦୁଇଟି ନବଜାତ ଶିଶୁ କନ୍ୟାଙ୍କ ମୃତଦେହ ଠାବ ହୋଇଛି । କେହି ଏମାନଙ୍କୁ ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ ହେଉଛି । ଆଜି ସକାଳ ସମୟରେ କିଛି ଲୋକ ସେହି ରାସ୍ତା ଦେଇ ଯାଉଥିବା ବେଳେ ନବଜାତ ଶିଶୁ ପଡିଥିବାର ଦେଖିବାକୁ ପାଇଥିଲେ ।

ତୁରନ୍ତ ଏନେଇ ସ୍ଥାନୀୟ ବଅଁରପାଳ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇବା ପରେ ପୋଲିସ ଘଟଣାର ଛାନ୍‌ଭିନ୍‌୍‌ ଆରମ୍ଭ କରିଛି । ସେପଟେ ମୃତଦେହ ପଡିଥିବା ସ୍ଥାନ ନିକଟରେ କୌଣସି ମେଡିକାଲ କି ନର୍ସିଂ ହୋମ ନାହିଁ । ସେପଟେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ଶିଶୁ ସୁରକ୍ଷା ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.