କୋହଳ ହେଲା କଟକଣା: ରାଜ୍ୟର ସମସ୍ତ ସହରାଞ୍ଚଳରୁ ଆଜିଠୁ ରାତିରେ ବି ସବୁଠିକୁ ଯାଇ ପାରିବେ

ଭୁବନେଶ୍ବର(କେନ୍ଯୁଜ୍): କୋହଳ ହେଲା କଟକଣା । ହଟିଲା ନାଇଟ୍ କର୍ଫ୍ୟୁ। ରାଜ୍ୟର ସମସ୍ତ ସହରାଞ୍ଚଳରୁ ଆଜିଠୁ ହଟିଲା ନାଇଟ୍ କର୍ଫ୍ୟୁ। ନାଇଟ୍ କର୍ଫ୍ୟୁ ହଟିବା ନେଇ SRCଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
କୋରନା ସଂକ୍ରମଣକୁ ବୃଦ୍ଧିରେ ଦୃଷ୍ଟି ରଖି ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲଗାଯାଇଥିଲା। ରାଜ୍ୟରେ କୋଭିଡ୍ ସଂକ୍ରମଣ କମିବାରେ ଲାଗିଥିବାରୁ ରାଜ୍ୟ ସରକାର ଧୀରେ ଧୀରେ କଟକଣା ସବୁ କୋହଳ କରିବାରେ ଲଗିଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ରାତ୍ରିକାଳୀନ କର୍ଫ୍ୟୁକୁ ହଟାଇ ଦିଆଯାଇଛି ।