ରାସୋଳ ଓଡିଶା ଗ୍ରାମ୍ୟରୁ ମାରଣାସ୍ତ୍ର ଦେଖାଇ ସୁନା ଟଙ୍କା ଲୁଟ୍‌ ଘଟଣା, ଆଉ ୯ଜଣଙ୍କୁ ଗିରଫ କଲା ପୋଲିସ୍

ଢେଙ୍କାନାଳ(କେନ୍ଯୁଜ୍): ଢେଙ୍କାନାଳ ରାସୋଳ ଥାନା ରାସୋଳ ସ୍ଥିତ ଓଡିଶା ଗ୍ରାମ୍ୟରୁ ମାରଣାସ୍ତ୍ର ଦେଖାଇ ସୁନା ଟଙ୍କା ଲୁଟ୍‌ ଘଟଣା। ଗୋବିନ୍ଦପୁର ଅଞ୍ଚଳରୁ ଜଣେ ଡକାୟତ ସହ ଜଣେ ସହଯୋଗୀକୁ ଅଟକ ରଖି ପଚରାଉଚରା କରିବା ପରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ୍। ଅନ୍ୟ ଦୁଇ ଜଣ ଅଭିଯୁକ୍ତ ସହଯୋଗୀ ଫେରାର ଥିବା ଜଣାପଡିଛି।

ବ୍ୟାଙ୍କରୁ ୧୨ ଲକ୍ଷ ଚୋରି ହୋଇଥିବା ବେଳେ, ୧୧ଲକ୍ଷ ୫୫ ହଜାର ୪୬୦ ଟଙ୍କା ଜବତ ହୋଇଛି। ଲକ୍‌ରରୁ ଚୋରି ହୋଇଥିବା ସୁନା ମଧ୍ୟରୁ ୫ କେଜି ୩୫୮ ଗ୍ରାମ ସୁନା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଡକାୟତ ଘଟଣାରେ ବ୍ୟବହୃତ ୩ଟି ଗାଡ଼ି ଓ ମାରଣାସ୍ତ୍ର ଜବତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଏସ୍‌ପି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.