ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ମାମଲାରେ ଆଉ ୯ ଅଭିଯୁକ୍ତ ଗିରଫ

ଯାଜପୁର (କେନ୍ଯୁଜ୍): ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ମାମଲାରେ ଆଉ ୯ ଅଭିଯୁକ୍ତ ଗିରଫ । ଧର୍ମଶାଳା ଥାନା ପୋଲିସ ୩ ଜଣ, ଯାଜପୁର ସଦର ଥାନା ପୋଲିସ ୩ ଜଣ ଓ ମଙ୍ଗଳପୁର ଥାନା ପୋଲିସ ୩ ଅଭିଯୁକ୍ତକୁ ଗିରଫ କରିଛି ।

ଜିଲ୍ଲା ପୋଲିସର ସ୍ପେଶାଲ ଟିମ ଚଢ଼ାଉ କରି ଏହି ୯ ଅଭିଯୁକ୍ତକୁ ଗିରଫ କରିଛି । ଯାଜପୁର ଜିଲ୍ଲାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଘଟିଥିବା ନିର୍ବାଚନୀ ହିଂସା ଘଟଣାରେ ସମ୍ପୃକ୍ତ ଥିବା ମୋଟ ୨୮ଜଣ ଅଭିଯୁକ୍ତକୁ ଏଯାଏ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଏସ ପି ରାହୁଲ ପି ଆର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.