ଦ୍ୱିଜପ୍ରିୟ ସଙ୍କଷ୍ଟୀ ଚତୁର୍ଥୀ: କାଲି ଏହି ଉପାୟରେ ଗଣେଶଙ୍କୁ ପୂଜା କରନ୍ତୁ, ଦୂର ହେବ ସବୁ ସମସ୍ୟା

ପ୍ରତ୍ୟେକ ଶୁଭ କାମ ପୂର୍ବରୁ ବିଘ୍ନ ବିନାଶକ ଗଣେଶଙ୍କୁ ପୂଜା କରାଯାଏ। କୁହାଯାଏ, ପ୍ରଥମେ ଗଣପତିଙ୍କୁ ପୂଜା କଲେ ପୂଜାରେ କୌଣସି ସମସ୍ୟା ଆସେ ନାହିଁ। ଏଣୁ ଯେକୌଣସି ବିବାହ, ବ୍ରତ, ଘର ପ୍ରତିଷ୍ଠା ଆଦି ଶୁଭ କାମ ପୂର୍ବରୁ ପ୍ରଥମେ କଳସ ପ୍ରତିଷ୍ଠା କରାଯାଏ। ତେବେ ବର୍ଷକ ମଧ୍ୟରେ ଗଣେଶଙ୍କର ଏକାଧିକ ପୂଜା ପଡ଼େ। ଚଳିତ ମାସରେ ବି ଗଣେଶଙ୍କର ଏକ ବିଶେଷ ପୂଜା ଦ୍ୱିଜପ୍ରିୟ ସଙ୍କଷ୍ଟୀ ଚତୁର୍ଥୀ ପଡ଼ୁଛି। ଏହି ଦିନ ଗଣେଶଙ୍କର ପୂଜା କଲେ ସବୁ ସଙ୍କଟ ଦୂର ହେବା ସହ ଘରକୁ ସୁଖ-ସମୃଦ୍ଧି ଆସିଥାଏ।

ଫେବ୍ରୁଆରୀ ୨୦ ତାରିଖ ଅର୍ଥାତ୍‌ ରବିବାର ପଡ଼ୁଛି ଦ୍ୱିଜପ୍ରିୟ ସଙ୍କଷ୍ଟୀ ଚତୁର୍ଥୀ। ମାନ୍ୟତା ରହିଛି ଯେ ଯଦି ଆପଣ ଏହି ଦିନ ଶ୍ରଦ୍ଧାରେ ଶ୍ରୀ ଗଶେଶଙ୍କୁ ପୂଜା କରିବେ, ତେବେ ସମସ୍ତ ମନୋକାମନା ପୂର୍ଣ୍ଣ ହେବ। ଏଥିସହ ସୁଖ, ସମୃଦ୍ଧି, ସ୍ୱାସ୍ଥ୍ୟ ଆଦିର ଆଶୀର୍ବାଦ ମଧ୍ୟ ମିଳିଥାଏ।

ଦ୍ୱିଜପ୍ରିୟ ସଙ୍କଷ୍ଟୀ ଚତୁର୍ଥୀ ପୂଜା ବିଧି:

ସକାଳୁ ଉଠି ସ୍ନାନ କରି ପରିଷ୍କାର ବସ୍ତ୍ର ପରିଧାନ କରନ୍ତୁ। ଗଣେଶଙ୍କୁ ଜଳ ଅର୍ପଣ କରନ୍ତୁ। ଜଳ ଅର୍ପଣ କରିବା ବେଳେ ଉତ୍ତର ଦିଗ ଆଡ଼କୁ ମୁହଁ କରନ୍ତୁ। ଏହି ଦିନ ବ୍ରତ ରଖୁଥିବାରୁ ମନରେ କୌଣସି ନକାରାତ୍ମକ ଭାବନା ରଖନ୍ତୁ ନାହିଁ। ସନ୍ଧ୍ୟାରେ ଗଣପତିଙ୍କୁ ପୂଜା କରନ୍ତୁ। ଆରତି କରିବା ବେଳେ ଭୋଗରେ ଲଡୁ ଅର୍ପଣ କରନ୍ତୁ। ରାତିରେ ଜହ୍ନ ଦର୍ଶନ କରି ଜଳରେ ଅର୍ଘ୍ୟ ଦିଅନ୍ତୁ। ଲଡୁ ଓ ରାଶି ଖାଇ ବ୍ରତ ଖୋଲନ୍ତୁ। ଏହି ଦିନ ରାଶି ଦାନ କଲେ ଭଗବାନ ଖୁସି ହୋଇଥାନ୍ତି।

ଶୁଭ ମୁହୂର୍ତ୍ତ:

ବ୍ରତ ଆରମ୍ଭ- ୧୯ ଫେବ୍ରୁଆରୀ ରାତି ୯.୫୬
ବ୍ରତ ଶେଷ- ୨୦ ଫେବ୍ରୁଆରୀ ରାତି ୯.୦୫
ସଙ୍କଷ୍ଟୀ ଚତୁର୍ଥୀ ଦିନ ଚନ୍ଦ୍ରୋଦୟ- ରାତି ୯.୫୦

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.