ଏନ୍‌ଏମ୍‌ଡିଏ ଟିମର ଫନି ଅନୁଧ୍ୟାନ, କ୍ଷୟକ୍ଷତି ଭରଣା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା

ରାଜ୍ୟରେ ବାତ୍ୟା ଫନି ପରର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଏନ୍‌ଏମ୍‌ଡିଏର ଟିମ୍‌। ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତିର ସମୀକ୍ଷା କରୁଛନ୍ତି ୩ ଜଣିଆ ପ୍ରତିନିଧି ଦଳ। ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଟିମ୍‌ ଖୋର୍ଦ୍ଧା ଯାଇ ସ୍ଥିତି ପରଖିଥିଲେ। ଆଜି ଟିମ୍‌ ପୁରୀର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ଏହାସହ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବାତ୍ୟା ପରିଚାଳନା, ବିପନ୍ନଙ୍କୁ ରିଲିଫ ପ୍ରଦାନ ଓ କ୍ଷୟକ୍ଷତିର ଭରଣା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି ଏନଡିଏମଏ ଟିମ । କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପରେ ଆସନ୍ତାକାଲି ସଚିବାଳୟରେ ମୁଖ୍ୟଶାସନ ସଚିବଙ୍କ ସହ ସେମାନେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.