ଇଲିସି ହେଲା ସାତସପନ: ଆକାଶ ଛୁଆଁ ଦର ପାଇଁ ଖାଉଟିଙ୍କ ପାଟିରେ ବାଜୁନି ସ୍ୱାଦ

ଚାନ୍ଦବାଲି (କେନ୍ୟୁଜ): ମତ୍ସ୍ୟଜିବୀଙ୍କ ଜାଲରେ ପଡୁନି ଇଲିଶ । ଯେତେବେଳେ ବି ପଡୁଛି କିଲୋରୁ ଅଧିକ ଓଜନ ହେଲେ ଦର ୨ ହଜାର ଟଙ୍କା । ଇଲିଶ ପଡୁନଥିବାରୁ ମତ୍ସ୍ୟଜିବୀଙ୍କ ବେପାର ମାନ୍ଦା ଆଉ ଦର ବହୁ ଉଚ୍ଚା ଥିବାରୁ ଖାଉଟିଙ୍କ ପାଟିରେ ବାଜୁନି ଇଲିଶର ସ୍ୱାଦ ।

ଭଦ୍ରକ ଜିଲ୍ଲା ଧାମରାର ଚନ୍ଦିନିପାଳ ମାଛ ଜେଟି । ବିଭିନ୍ନ ପ୍ରକାରର ନାମୀଦାମୀ ସମୁଦ୍ର ମାଛ ପାଇଁ ଏହା ପ୍ରସିଦ୍ଧ । ବିଶେଷ କରି ଇଲିଶ ମାଛ ପାଇଁ ବେଶ ପ୍ରସିଦ୍ଧ । ଧାମରା ଅଂଚଳର ମତ୍ସ୍ୟଜିବୀମାନେ ବର୍ଷା ସୟରେ ପ୍ରତି ବର୍ଷ ଇଲିଶ ମାଛ ବିକ୍ରି କରି ଅଧିକ ଅର୍ଥ ରୋଜଗାର କରିବାର ଆଶା ବାନ୍ଧି ବସିଥାନ୍ତି ହେଲେ ଚଳିତ ବର୍ଷ ଏପର୍ଯ୍ୟନ୍ତ‘ ସେମିତି ଇଲିଶ ଜାଲରେ ପଡୁନାହାନ୍ତି । ଯେତେବେଳେ ବି କିଛି କିଛି ଜାଲରେ ପଡୁଛି ତାହା ପୁଣି ଆକାଶ ଛୁଆଁ ଦର । ସେଥିପାଇଁ ଚିନ୍ତାରେ ପଡିଛନ୍ତି ଶହଶହ ମତ୍ସ୍ୟଜିବୀ । ଅନ୍ଯପଟେ ରେଟ ଶୁଣି ଗ୍ରାହକ ମଧ୍ଯ ଚମକିପଡୁଛନ୍ତି ।

ଧାମରା ଚନ୍ଦିନିପାଳ ଅଞ୍ଚଳର ଶତାଧିକ ବୋଟ ପ୍ରତ୍ଯେକ ଦିନ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥାନ୍ତି । ଆଶା ଥାଏ ବିଭିନ୍ନ ପ୍ରକାରର ମାଛ ସହ ଇଲି୍ଶ ମାଛ ପଡିବାର । ହେଲେ ମତ୍ସ୍ୟଜିବୀଙ୍କ ଆଶା ପୂରଣ ହୋଇପାରୁନଥିବା କୁହନ୍ତି ମତ୍ସ୍ୟଜିବୀ । ଏଇ ଦୁଇ ଦିନ ହେବ ମତ୍ସ୍ୟଜିବୀଙ୍କ ଜାଲରେ କିଛି ଇଲିଶ ପଡୁିଛି । ହେଲେ ଦର ଶୁଣି ଗ୍ରାହକ ଇଲିଶ ଖାଇବା ଭୁଲିଯାଉଛନ୍ତି । ୧ କିଲୋରୁ ଅଧିକ ଓଜନ ଥି୍‌ବା ଇଲିଶର ଦାମ ଦୁଇ ହଜାର ଟଙ୍କା । ତେଣୁ ଚନ୍ଦିନିପାଳକୁ ମାଛ କିଣିବାକୁ ଆସୁଥୁବା ଗ୍ରାହକ ଇଲିଶ ଦର ଶୁଣି ମୁଣ୍ଡ ଅଉଁଶି ଫେରୁଛନ୍ତି । କେବଳ ଥିଲା ବାଲା ଏହି ଦର ଦେଇ ଇଲିଶ କିଣୁଥିବାର ଦେଖିବାକୁ ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.