Below header

ଏଥର ବି ହେବନି ଖଣ୍ଡଗିରି ମେଳା କିମ୍ବା ଯାତ୍ରା, କରୋନା ପାଇଁ ଅନୁମତି ଦେଲାନି ବିଏମସି

ଭୁବନେଶ୍ୱର(କେନ୍ୟୁଜ) : ଏବର୍ଷ ଭୁବନେଶ୍ୱରରେ ହେବନି ଖଣ୍ଡଗିରି ମେଳା । କରୋନା ସଂକ୍ରମଣକୁ ଦୃଷ୍ଚିରେ ରଖି କୁମ୍ଭ ମେଳାକୁ ଅନୁମତି ଦେଲାନି ବିଏମସି । ଜନ ସମାଗମ ଉପରେ ରୋକ ଲଗାଯାଇଛି । ସେହିପରି ବିଭିନ୍ନ ସ୍ଥାନରୁ ଆସୁଥିବା ସାଧୁସନ୍ଥମାନଙ୍କୁ ମାଘ ମେଳା ସମୟରେ ଖଣ୍ଡଗିରି ଆସିବାକୁ ମଧ୍ୟ ବାରଣ କରାଯାଇଛି ।

ଏବର୍ଷ ଖଣ୍ଡଗିରିରେ ଯାତ୍ରା ବି ହେବନି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ବି ବନ୍ଦ ରହିଥିଲା ଖଣ୍ଡଗିରି ମେଳା । ଏବର୍ଷ ପୁଣି କଟକଣା ଲାଗିଥିବାରୁ ବ୍ୟବସାୟୀ, ଯାତ୍ରା ମାଲିକ ଓ କଳାକାର ନିରାଶ ହୋଇଛନ୍ତି । କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର କଟକଣାକୁ ସମସ୍ତେ ମାନି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.