Below header

SBI କାର୍ଡ ହଜିଗଲେ ଏହି SMS ଦ୍ୱାରା କରି ପାରିବେ ବ୍ଲକ, ଜାଣନ୍ତୁ ଷ୍ଟେପ

ଏଟିଏମ୍ କାର୍ଡ ଚୋରି କିମ୍ବା କାର୍ଡ କ୍ଲୋନିଂ ଘଟଣା ସବୁବେଳେ ବଢ଼ିବାକୁ ଲାଗିଛି। ବ୍ୟାଙ୍କ ଏବଂ ଆରବିଆଇ ଦ୍ବାରା ବହୁତ ପଦକ୍ଷେପ ଉଠାଇବା ପରେ ମଧ୍ୟ ଏହି ଘଟଣା ଉପରେ ଲଗାମ ଲଗାଯାଇ ପାରୁନାହିଁ। ଠକମାନେ ନୂଆ ନୂଆ ଉପାୟରେ ଲୋକମାନଙ୍କୁ ଠକାମିର ଶିକାର ବନାଉଛନ୍ତି। ଆଜିକା ସମୟରେ ଯଦି ଆପଣ ସମାନ୍ୟ ବି ଅସାବଧାନ ରୁହନ୍ତି, କି ଛୋଟିଆ ଭୁଲ୍‌ କରି ବସନ୍ତି, ତା’ ହେଲେ ଆପଣଙ୍କୁ ବଡ଼ କ୍ଷତି ହୋଇପାରେ। ଆପଣ ଠକାମିର ଶିକାର ହୋଇ ପାରନ୍ତି।

ଖାସ୍‌ କଥା ହେଉଛି ଯେ ଆପଣ ଏକ SMS ଜରିଆରେ ବି ଏସବିଆଇ କାର୍ଡକୁ ବ୍ଲକ କରି ପାରିବେ।ଏମିତିରେ ଦେଶର ସବୁଠାରୁ ବଡ ବ୍ୟାଙ୍କ ଏକ ନୂଆ ସୁବିଧା ଆରମ୍ଭ କରିଛନ୍ତି। ଏହି ସୁବିଧା ଦ୍ବାରା ୟୁଜରନେମ ଏବଂ ପାସୱାର୍ଡର ବ୍ୟବହାର ନକରି ଆପଣ ଆପଣଙ୍କ କାର୍ଡକୁ ବ୍ଲକ୍ କରିପାରିବେ।

ଯଦି ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ କାର୍ଡ ଧାରକ ତେବେ ଧୋକାର ଶିକାର ହେବା ପୂର୍ବରୁ ଆପଣ ଆପଣଙ୍କ କାର୍ଡକୁ କେଉଁଠି ବି ବନ୍ଦ କରିପାରିବେ। ଏଥିପାଇଁ ଆପଣଙ୍କୁ ନେଟ ବ୍ୟାଙ୍କିଂ ର ବ୍ୟବହାର କରିବାକୁ ମଧ୍ୟ ପଡିବ ନାହିଁ। ଏଥିପାଇଁ ଆପଣଙ୍କୁ ବ୍ୟାଙ୍କର ଗ୍ରାହକ ସେବା ଅଧିକାରୀଙ୍କୁ ମଧ୍ୟ ଫୋନ କରିବାକୁ ପଡିବ ନାହିଁ।

ଆପଣ ବ୍ୟାଙ୍କକୁ ଏକ ସାଧାରଣ SMS ପଠାଇ ମଧ୍ୟ ନିଜର ଏସବିଆଇ କାର୍ଡକୁ ବ୍ଲକ କରି ପାରିବେ? ଏହି ମେସେଜ ପଠାଇବା ବହୁତ ସହଜ। ଆସନ୍ତୁ ଜାଣିବା ପ୍ରକ୍ରିୟା। ଆପଣ କାର୍ଡକୁ ବ୍ଲକ କରିବା ପାଇଁ BLOCK XXXX ଲେଖି 5676791 ନମ୍ବରକୁ ପଠାଇ ଦିଅନ୍ତୁ। ଏଠାରେ XXXX ହେଉଛି ଆପଣଙ୍କ କାର୍ଡ ନମ୍ବରର ଶେଷ ୪ ଅଙ୍କ। କ୍ରେଡିଟ୍ କାର୍ଡ ସହିତ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ SMS ପଠାଇବା ସୁନିଶ୍ଚିତ କରନ୍ତୁ।

କଣ୍ଟାକ୍ଟଲେସ୍ କାର୍ଡରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିବା ଉପରେ ପିନ୍‌ ଆବଶ୍ୟକ ନାହିଁ। କଣ୍ଟାକ୍ଟଲେସ୍ ଟେକ୍ନୋଲୋଜି ସହିତ ସଜ୍ଜିତ କାର୍ଡରେ ‘ଟ୍ୟାପ୍ ଆଣ୍ଡ ପେ’ର ସୁବିଧା ମଧ୍ୟ ମିଳିଥାଏ। ଅର୍ଥାତ୍ କାର୍ଡକୁ ସ୍ୱାଇପ୍‌ ନ କରି ପିଓଏସ୍‌ ମେଶିନରେ କେବଳ ଟ୍ୟାପ୍‌ କରି ପେମେଣ୍ଟ କରାଯାଇ ପାରିବ। କଣ୍ଟାକ୍ଟଲେସ୍ କାର୍ଡରେ ବିନା ପିନ୍‌ ଦେଇ ଆପଣ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.