କରୋନାକୁ ରୋକିବ ଜଡିବୁଟ୍ଟି ଧୂପ, ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହେବା ପରେ ଦାବି

ବନାରସ ହିନ୍ଦୁ ୟୁନିଭରସିଟି ପ୍ରସ୍ତୁତ କରିଛି ଜଡିବୁଟ୍ଟି ଧୂପ । ଯେଉଁଥିରେ ମିଶିଛି ୧୯ପ୍ରକାର ଜଡିବୁଟ୍ଟି ଜାତୀୟ ପଦାର୍ଥ । କୁହାଯାଇଛି କି ଏହି ଧୂପ କରୋନା ଭଇରସ ସଂକ୍ରମଣକୁ ରୋକୁଛି । କିନ୍ତୁ ଏହା କିଭଳି କାମ କରୁଛି ? କଣ ଏହା ପଛର କାହାଣୀ ?ବର୍ତ୍ତମାନ ଚାରିଆଡେ କରୋନାକୁ ପ୍ରତିହତ କରିବାକୁ ଚାଲିଛି ଗବେଷଣା । ଆଉ ଏହାରି ଭିତରେ ବନାରସ ହିନ୍ଦୁ ୟୁନିଭରସିଟି ଏକ ଜଡିବୁଟ୍ଟି ଧୂପ ପ୍ରସ୍ତୁତ କରିଛି ଯାହା ଦ୍ୱାର କାଳେ କରୋନା ସଂକ୍ରମଣକୁ ରୋକାଯାଇପାରିବ । ରିପୋର୍ଟ ହିସାବରେ ଏହାର ଦ୍ୱିତୀୟ ଥର କ୍ଲିନିକାଲ ଟ୍ରାଏଲ ହୋଇସାରିଛି । ଏହି ଖାସ ଧୂପକୁ ଏମିଲ ଫାର୍ମାସ୍ୟୁଟିକାଲ ସହ ପ୍ରସ୍ତୁତ କରାଯାଇଛି ।

୧୯ଟି ଔଷଧୀୟ ମିଶ୍ରଣ କରି ଆୟୁରବେଦିୟ ଧୂପ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ନିମ ପତ୍ର, ବାସା, ଜୁଆଣି, ହଳଦୀ, ଲେମନଗ୍ରାସ, ତୁଳସୀ, ହଳଦିଆ ସୋରିଷ, ଧଳା ଚନ୍ଦନ, ହେନା, କର୍ପୂର ଇତ୍ୟାଦି ଭଳି ଆହୁରି ଅନେକ ଔଷଧୀୟ ପଦାର୍ଥ ବ୍ୟବହାର କରାଯାଇଛି । କାର୍ଯ୍ୟକର୍ତ୍ତାମାନେ ଦାବୀ କରିଛନ୍ତି କି ଏହି ଧୂପ କରୋନା ସହ ଲଢିପାରିବ ।କୁହାଯାଉଛି କି ଏହି ଧୂପକୁ ୧୦ରୁ ୧୦ ରୁମରେ ସକାଳ ଓ ସଂନ୍ଧ୍ୟାରେ ଜାଳିବାକୁ ପଡିବ । ଏହାର ଧୂଆଙ୍କୁ ନାକ ଏବଂ ପାଟି ଦେଇ ୧୦ମିନିଟ ଯାଏଁ ଟାଣିବାକୁ ପଡିବ । ଏହିପରି ଭାବରେ ଧୂଆଁ ଶରୀରରେ ପହଞ୍ଚିବ । ଏପରି କାମ ମାସେ ଯାଏଁ କରିବାକୁ ପଡିବ ।ଅନୁସନ୍ଧାନକାରୀ ମାନେ ଦାବୀ କରିଛନ୍ତି ଯେ ଏହି ଧୂପ ସଂକ୍ରମଣକୁ ଫୁସଫୁସରେ ପହଞ୍ଚିବାକୁ ଦେବ ନାହିଁ । ଏହା ବ୍ୟତୀତ ଏହା ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଅନ୍ୟ ସୁସ୍ଥ ବ୍ୟକ୍ତିଙ୍କ ନିକଟକୁ ଜୀବାଣୁ ସଂକ୍ରମଣରୁ ରକ୍ଷା କରିବ । ଏହାକୁ ଏକ ଡିସଇନଫେକ୍ଟାଣ୍ଟ ଭାବରେ ବ୍ୟବହାର କରାଯାଇପାରିବ । ତା ସହ ଘର ଓ ଅଫିସରେ ଜୀବାଣୁ ପ୍ରବେଶକୁ ରୋକିବ ।

ବିଏଚୟୁ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଡକ୍ଟର କେ. ଆର. ସି ରେଡ୍ଡୀ କହିଛନ୍ତି ଯେ ମହାମାରୀରେ ପ୍ରଥମ ଥର ପାଇଁ ଏହାକୁ ଅଧ୍ୟୟନ କରାଯାଇଛି ଓ ଏହାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି । ଏହାର ପରୀକ୍ଷା ଦୁଇଟି ଭିନ୍ନ ଗୋଷ୍ଠୀରେ କରାଯାଇଛି ଯାହାର ଫଳାଫଳ ସକାରାତ୍ମକ ହୋଇଛି ।ସେ କହିଛନ୍ତି ଯେ ଆୟୁର୍ବେଦରେ ଏହା ଏକପ୍ରକାର ଥେରାପି ଅଟେ । ଯେଉଁଥିରେ ଚିକିତ୍ସା ଧୂଆଁ ମାଧ୍ୟମରେ କରାଯାଇଥାଏ । ଶତାବ୍ଦୀ ଧରି ଏହାକୁ ବ୍ୟବହାର କରାଯାଇଆସୁଛି । ଅନେକ ପ୍ରକାରର ପଜିଟିଭିଟି ଏଥିରେ ରହିଛି । ଯେପରିକି ମାଇକୋବିଆଲ, ଆଣ୍ଟି ଭାଇରାଲ ଓ ଆଣ୍ଟି ଫଙ୍ଗଲ । ପ୍ରଥମ ଥର ପାଇଁ କୋଭିଡ ୧୯ରେ ଏପରି ଅଧ୍ୟୟନ କରାଯାଇଛି ।

ଧୂପର ଧୂଆଁ ସୁରକ୍ଷିତ ବୋଲି ଡକ୍ଟର କେ ଆର ସି ରେଡ୍ଡୀ ଦାବୀ କରିଛନ୍ତି । ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଡ୍ରୋସୋଫିଲିଆ ନାମକ ଏକ ଫ୍ଲାଏରେ କରାଯାଇଛି । ଯାହା ସୁରକ୍ଷିତ ରହିଛି । ଏମିତିକି ଏମିଲ ଫାର୍ମାସ୍ୟୁଟିକାଲ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ସଞ୍ଚିତ ଶର୍ମା କହିଛନ୍ତି କି ଏହି ହର୍ବାଲ ଧୂପର ଅନେକ ଔଷଧୀୟ ଗୁଣ ରହିଛି ଯାହା ମାନବ ଶରୀରରେ କରୋନା ଭାଇରସ ପ୍ରବେଶକୁ ରୋକିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.