ଆଗାମୀ ପୌର ଭୋଟ୍‌ରେ ପ୍ରଥମ ଥର ପାଇଁ ଲାଗୁ ହେବ NOTA ବ୍ୟବସ୍ଥା, ରାଜ୍ୟ ନିର୍ବାଚନ କମିଶନର ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ଯୁଜ୍): ଆଗାମୀ ପୌର ଭୋଟ୍‌ରେ ପ୍ରଥମ ଥର ପାଇଁ ଲାଗୁ ହେବ NOTA ବ୍ୟବସ୍ଥା । ପୂର୍ବରୁ ଏହି ବ୍ୟବସ୍ଥା ନଥିଲା । ପୂର୍ବରୁ କେବଳ ବିଧାନସଭା ଓ ଲୋକସଭା ଭୋଟ ବେଳେ NOTA ବ୍ୟବସ୍ଥା ରହିଥିଲା । ରାଜ୍ୟ ନିର୍ବାଚନ କମିଶନର ସମ୍ବିଧାନର ଧାରା ୨୪୩ZA ଅନୁସାରେ କ୍ଷମତା ବଳରେ ପୌର ନିର୍ବାଚନରେ NOTA ବ୍ୟବସ୍ଥା ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିପାଇଁ ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହନ୍ତି ଲେଖା ରହିବ । ଆଗାମୀ ପୌର ନିର୍ବାଚନ ପ୍ରସଙ୍ଗରେ ଗତକାଲି ସର୍ବଦଳୀୟ ବୈଠକ ଆଲୋଚନା କରାଯାଇଥିଲା । ଏଥର ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ସତ୍ୟପାଠ ଦାଖଲ ବାଧ୍ୟତାମୂଳକ । ସତ୍ୟପାଠରେ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା ଓ ଅପରାଧିକ ମାମଲା ପ୍ରସଙ୍ଗରେ ପ୍ରାର୍ଥୀମାନେ ତଥ୍ୟ ଦେବେ । ସତ୍ୟପାଠ ତଥ୍ୟରେ ତ୍ରୁଟି ଥିଲେ କିମ୍ବା ଅସମ୍ପୂର୍ଣ୍ଣ ଥିଲେ ସମ୍ପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗତକାଲି ପ୍ରାଥମିକ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା । ଚଳିତ ମାସ ଶେଷରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.