କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ହିମାଳୟରେ ତ୍ରିରଙ୍ଗା ଉଡ଼ାଇଲେ ଓଡ଼ିଆ ପୁଅ

ହିମାଳୟ ଆରୋହଣ କଲେ ଓଡ଼ିଆ ପୁଅ। ଜାନୁଆରୀ ୨୪ ତାରିଖ ଅପରାହ୍ନ ୧୨.୫୧ ରେ ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ ଡେୟାର ଡେଭିଲ୍ସ ଦ୍ୱାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଚୟନିତ ହୋଇଥିବା ୨୩ ଜଣ ପ୍ରତିଭା ୧୨,୫୦୦ ଫୁଟ ଉଚ୍ଚତା ଦୟାରା ବୁଗୀୟାଲ ଶୀର୍ଷରେ ପହଞ୍ଚି ଜାତୀୟ ପତାକା ଉଡ଼ାଇଛନ୍ତି। -୫℃ ରୁ -୧୦℃ ହାଡଭଙ୍ଗା ଶୀତରେ ସେମାନେ ଏହି ଅସାଧ୍ୟକୁ ସାଧନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ଚଳଚ୍ଚିତ୍ର ଅଭିନେତା ବାବୁଶାନ ମହାନ୍ତି ଭୁବନେଶ୍ୱରରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ବିଜୟ ଯାତ୍ର ପାଇଁ ଶୁଭକାମନା ଜଣାଇଥିଲେ।
କଳାହାଣ୍ଡି ରୁ ଡ଼. ସତ୍ୟପୀର ପଧାନ, ନୃସିଂହ ଚରଣ ପଣ୍ଡା, ସ୍ୱରାଜ କୁମାର ରାଉତ, ସୁନ୍ଦର ସାହୁ, କ୍ରିଷ୍ଣା ଭଣ୍ଡାରଘରିଆ, ରେସବ କୁମାର ପାଣିଗ୍ରାହୀ, ସୌମ୍ୟ ରଞ୍ଜନ ରାଉତ, ଠାକୁର ସେନାପତି, ଜ୍ୟୋତିଷ କୁମାର ବଗ, ଯୋଗେଶ୍ୱର ନାଏକ, ବି.ଜେ ରାଜେଶ ଭୋଇ, ମୁରାରି ସାହୁ, ନୂଆପଡ଼ାରୁ ସଚିନ୍ ବେହେରା, ହିତେଶ୍ କୁମାର ମେହେର, ମଳୟ କୁମାର ମେହେର, ବଲାଙ୍ଗୀରରୁ ଅମନ୍ ଛତ୍ରୀଆ, ଘନ ସତନାମୀ, ନୀଳକମଲ ସାହୁ, ଛବିଲାଲ ମେହେର, କନ୍ଧମାଳ ରୁ ସିଦ୍ଧାର୍ଥ କେଶରୀ ପ୍ରଧାନ, ନବରଙ୍ଗପୁରରୁ ପ୍ରଦୀପ ସିଂହା, ରାଉରକେଲାରୁ ବୈଦ୍ୟନାଥ ସିଂହା, ଜଗତସିଂହପୁରରୁ ସାଗର କୁମାର ମଲ୍ଲିକ ପ୍ରମୁଖ ଟିମରେ ସାମିଲ ହୋଇଥିଲେ।
କଳିଙ୍ଗ ଡେୟାର ଡେଭିଲ୍ସ ଦ୍ୱାରା କରୋନା ମହାମାରୀ ବ୍ୟାପିବା ପୂର୍ବରୁ ସଚେତନତା ନିମନ୍ତେ ଏକ ସାଇକେଲ୍ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ଏବଂ ବର୍ତ୍ତମାନ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଉତ୍ତରାଖଣ୍ଡ ସ୍ଥିତ ହିମାଳୟର ୧୨,୫୦୦ ଫୁଟ ଉଚ୍ଚତାରେ ଜାତୀୟ ପତାକା ଉଡ଼ାଇଛନ୍ତି ବୋଲି କଳିଙ୍ଗ ଡେୟାର୍ ଡେଭିଲ୍ସ୍ ର ସଭାପତି ଡ଼. ସତ୍ୟପିର ପଧାନ ସୂଚନା ଦେଇଛନ୍ତି ।