୮୭ ବର୍ଷରେ ପ୍ରଥମ, ଏ ବର୍ଷ ଆୟୋଜିତ ହେବ ନାହିଁ ରଣଜୀ ଟ୍ରଫି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ

ମୁମ୍ବାଇ : ଚଳିତ ବର୍ଷ ରଣଜୀ ଟ୍ରଫି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ ନାହିଁ । କାରଣ ଏହି ଚାରି ଦିନିଆ ମ୍ୟାଚ୍‌ ଫର୍ମାଟ୍‌ର ପ୍ରତିଯୋଗିତା ପାଇଁ ବିସିସିଆଇ ପାଖରେ ଆଉ ସମୟ ନାହିଁ । ତେଣୁ ଦେଶର ଏହି ପୁରାତନ ପ୍ରତିଯୋଗିତା ଚଳିତ ବର୍ଷ ବନ୍ଦ ରହିବ ବୋଲି ସୂଚନା ମିଳିଛି । ବିସିସିଆଇର ଅଧିକାଂଶ ରାଜ୍ୟ ଶାଖା ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟକୁ ନକରିବା ସପକ୍ଷରେ ମତ ଦେଇଛନ୍ତି ।

ପ୍ରଥମ ଥର ୧୯୩୪-୩୫ରେ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ଗତ ୮୭ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଆୟୋଜିତ ହୋଇ ଆସୁଛି । ଏହି ଘରୋଇ ଟୁର୍ଣ୍ଣାମେଣ୍ଟରୁ ଭାରତୀୟ ଦଳ ପାଇଁ ଖେଳାଳି ବଛା ଯାଇଥାନ୍ତି । ତେବେ ଏଥର କିନ୍ତୁ ଏହାର ଆୟୋଜନ ପାଇଁ ବିସିସିଆଇ ହାତରେ ଆଉ ସମୟ ନାହିଁ ।

ଟି-୨୦ ଫର୍ମାଟ୍‌ରେ ଚାଲିଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିର ଆସନ୍ତାକାଲି ଫାଇନାଲ୍‌ ମ୍ୟାଚ୍‌ ଅଛି । ଏହା ପରେ ୫୦ ଓଭର୍‌ ଫର୍ମାଟର ବିଜୟ ହଜାରେ ଟ୍ରଫି ଏବଂ ପରେ ପରେ ହେବ ମହିଳା ଦିନିକିଆ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ସେହିପରି ୧୯ ବର୍ଷରୁ କମ୍‌ ଭିନୁ ମଙ୍କଡ଼ ଟ୍ରଫି ପରବର୍ତ୍ତୀ ସମୟରେ କରାଯିବ । ବିସିସିଆଇ ସମ୍ପାଦକ ଜୟ ଶାହ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ଯାହା କୁହାଯାଉଛି ସଭାପତି ସୌରଭ ଗାଙ୍ଗୁଲି ରଣଜୀ ଟ୍ରଫି ବନ୍ଦ କରିବାକୁ ଚାହୁଁ ନାହାନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.