Below header

ବେଙ୍ଗାଲୁରୁରେ କାମ କରୁଥିବା ଓଡ଼ିଆ ଯୁବକଙ୍କର ଡେଙ୍ଗୁରେ ମୃତ୍ୟୁ, ପ୍ରଶାସନ ସହାୟତାରେ ଆସୁଛି ମୃତଦେହ

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ଗଜପତି ଜିଲ୍ଲା ଗୁମ୍ମାବ୍ଲକର ଲବାର ଗ୍ରାମର ମହିପାଲ ରଇତ ନାମକ ଜଣେ ଯୁବକଙ୍କର ବେଙ୍ଗାଲୁରୁରେ ଡେଙ୍ଗୁ ଜ୍ବରରେ ମୃତ୍ୟୁ ଘଟିଛି। ମହିପାଲ ddu gky ଯୋଜନାରେ ଜିଲ୍ଲା ପଞ୍ଚାୟତରାଜ ବିଭାଗ ଦ୍ବାରା ସିଲେଇ ପ୍ରଶିକ୍ଷଣ ନେଇ ବେଙ୍ଗାଲୁରୁର ଏକ ଘରୋଇ ଶିଳ୍ପାନୁଷ୍ଠାନରେ ଗତ ୪ମାସ ଧରି କାର୍ଯ୍ୟ କରୁଥିଲେ। ତେବେ ଗଲା ୫ ଦିନଧରି ସେ ଅସୁସ୍ଥ ଥିବା ଯୋଗୁଁ ସେ ଏକ ଘରୋଇ ଚିକିତ୍ସାକେନ୍ଦ୍ରରେ ଚିମିତ୍ସାଧୀନ ଥିଲେ। କିନ୍ତୁ ପରୀକ୍ଷା ନିରୀକ୍ଷା ପରେ ତିନିଦିନ ପୂର୍ବେ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଥିଲା ଏବଂ ଆଜି ତାଙ୍କର ମୃତ୍ୟୁ ଘଟିଛି। ସୂଚନା ପାଇ ଜିଲ୍ଲା ପ୍ରଶାସନ ମୃତ ଯୁବକର ପରିବାରକୁ ଜଣାଇବା ସହ ଜଣେ ସରକାରୀ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ମହିପାଲଙ୍କ ମା, ବାପା ଓ ମାମୁଙ୍କୁ ବିମାନ ଯୋଗେ ମୃତ ଦେହ ଆଣିବା ପାଇଁ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.