Below header

ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ

କେନ୍ଦ୍ରାପଡା (କେନ୍ୟୁଜ୍) : ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଆସନ୍ତା ନିର୍ବାଚନରେ ଓଡ଼ିଶାରୁ ୩୩ ପ୍ରତିଶତ ମହିଳା ସଂସଦକୁ ଯିବେ । ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶକୁ ଓଡ଼ିଶାର ମାଆ ମାନେ ବାଟ ଦେଖାଇ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯଦି ଭାରତକୁ ଅଗ୍ରଣୀ ଦେଶ ହେବାର ଅଛି, ତେବେ ମହିଳା ସଶକ୍ତିକରଣ ଦ୍ୱାରା ହୋଇପାରିବ ।

ମହିଳା ସଶକ୍ତିକରଣ ପାଇଁ ଜାତୀୟ ଦଳମାନେ ଯାହା କହୁଛନ୍ତି ତାହା ପାଳନ କରନ୍ତୁ । ବଳଦେବଜୀଉଙ୍କ ପବିତ୍ର ଭୂମି କେନ୍ଦ୍ରାପଡ଼ାରୁ ଏହି ଘୋଷଣା ସାରା ଭାରତରେ ଇତିହାସ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୂର୍ବରୁ ୨୦୧୨ ମସିହାରେ ପଂଚାୟତିରାଜ ଅନୁଷ୍ଠାନ ମାନଙ୍କରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ କରିଥିଲେ ।

ଏହାକୁ ଆଗେଇ ନେଇ, ଗତ ବର୍ଷ ସାରା ଭାରତରେ ପ୍ରଥମ ଥର ପାଇଁ ମହିଳାମାନଙ୍କୁ ସଂସଦ ଓ ବିଧାନସଭାମାନଙ୍କରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା । ଏହା ପରେ ଦେଶର ସବୁ ଦଳ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ଏହି ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଥିଲେ । ମହିଳାଙ୍କୁ ସଶକ୍ତ କରିବାକୁ ବିଜୁ ବାବୁ ସ୍ୱପ୍ନ ଦେଖିଥିଲେ ବୋଲି ଏହି ଅବସରରେ ନବୀନ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.