ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି: ଜୁନ୍ ୬ରୁ ଜୁନ୍ ୧୬ ଯାଏ ଖରାଛୁଟି

ଭୁବନେଶ୍ବର(କେନ୍ୟୁଜ୍): ଖରାଛୁଟି ନେଇ ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । କମିବ ଖରାଛୁଟି ସମୟ ସୀମା । ପାଠପଢ଼ା ପାଇଁ ଖରାଛୁଟିରେ କାଣ୍ଟଛାଣ୍ଟ୍ । ଜୁନ୍ ୬ରୁ ଜୁନ୍ ୧୬ ଯାଏ ଖରାଛୁଟି । ମେ’ ୧ରୁ ଜୁନ୍ ୫ ପର୍ଯ୍ୟନ୍ତ ସକାଳ ୬ରୁ ୯ଟା ଯାଏଁ ପାଠପଢ଼ା । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସକାଳୁଆ ପାଠପଢ଼ା ଚାଲୁ ରହିବ ।
୨୦ ଏପ୍ରିଲ୍ରୁ ୩୦ ଏପ୍ରିଲ୍ ମଧ୍ୟରେ ନୂଆ ଆଡ୍ମିଶନ ଓ ରି-ଆଡ୍ମିଶନ । ୯ମ ଶ୍ରେଣୀ ଛାତ୍ରଛାତ୍ରୀ ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା ଦେବେ । ମେ’ ୧୦ସୁଦ୍ଧା ସରିବ ୯ମରୁ ୧୦ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ପ୍ରକ୍ରିୟା । କରୋନା ଯୋଗୁଁ କ୍ଷତିଗ୍ରସ୍ତ ପାଠପଢ଼ାର ହେବ ଭରଣା ।