ମଧୁବାବୁ ପେନସନ୍‌ ଯୋଜନାରେ ନୂଆ ବ୍ୟବସ୍ଥା ! ଏଣିକି ଆଉ ଦୌଡିବାକୁ ପଡିବନି, ଘରେ ମିଳିବ ନଗଦ ଭତ୍ତା ଟଙ୍କା

ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ଖୁସି ଖବର । ଏଣିକି ନଗଦ ମିଳିବ ଭତ୍ତା ଟଙ୍କା । ମଧୁବାବୁ ପେନସନ୍ ଯୋଜନାରେ ନୂଆ ବ୍ୟବସ୍ଥା । ଆସନ୍ତା ମାସରୁ ନଗଦ ଆକାରରେ ମିଳିବ ପେନସନ୍‌ ଟଙ୍କା ।

ଭୁବନେଶ୍ୱର (କେନ୍ୟୁଜ) : ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ଖୁସି ଖବର । ଏଣିକି ନଗଦ ମିଳିବ ଭତ୍ତା ଟଙ୍କା । ମଧୁବାବୁ ପେନସନ୍ ଯୋଜନାରେ ନୂଆ ବ୍ୟବସ୍ଥା । ଆସନ୍ତା ମାସରୁ ନଗଦ ଆକାରରେ ମିଳିବ ପେନସନ୍‌ ଟଙ୍କା । ମଧୁବାବଚ ପେନସନ୍‌ ଯୋଜନା ମାଧ୍ୟମରେ ବୟସ୍କ ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । MBPYରେ ମିଳୁଥିବା ଭତ୍ତା ଟଙ୍କା ଆଉ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବନି । ସିଧାସଳଖ ନଗଦ ଆକାରରେ ଭତ୍ତା ମିଳିବ । ଜୁନ୍ ମାସରୁ ଏହା ଲାଗୁ ହେବ । ଏନେଇ ସବୁ ଜିଲ୍ଲାପାଳ ଓ ପୌର କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଭତ୍ତା ଟଙ୍କା ପାଇବା ପାଇଁ ବହୁ ହିତାଧିକାରୀ ହନ୍ତସନ୍ତ ହେବା ଖବର ବାରମ୍ବାର ସାମନାକୁ ଆସିବା ପରେ, ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ପ୍ରତି ମାସର ୧୫ ତାରିଖରେ ଭତ୍ତା ଟଙ୍କା ଦିଆଯିବ । ପୋର୍ଟାଲରେ ବୈଷୟିକ ତ୍ରୁଟି ପାଇଁ ଅନେକ ହିତାଧିକାରୀଙ୍କୁ ମେ ମାସର ଭତ୍ତା ଟଙ୍କା ମିଳିନି । ମଧୁବାବୁ ପେନସନ୍ ଯୋଜନାରେ ଅନେକ ହିତାଧିକାରୀଙ୍କୁ ଡିବିଟି ଜରିଆରେ ଆକାଉଣ୍ଟକୁ ଟଙ୍କା ପଠାଯାଇଛି । କିନ୍ତୁ ବୈଷୟିକ ତ୍ରୁଟି କାରଣରୁ ଅନେକ ଭତ୍ତା ଟଙ୍କା ପାଇନାହାନ୍ତି ।

ପେନସନ୍‌ ବଣ୍ଟନ ସ୍ଥାନକୁ ଆସିପାରୁନଥିବା ବ୍ୟକ୍ତିଙ୍କ ଘର ପାଖକୁ ଯାଇ ଟଙ୍କା ଦେବେ ଅଧିକାରୀ । ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ହିତାଧିକାରୀ ଟଙ୍କା ପାଇବା ଓ ଉଠାଇବାରେ ସମସ୍ୟା ଭୋଗୁଛନ୍ତି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ନୂଆ ନିଷ୍ପତ୍ତି ନେଇଛି ।

ହିତାଧିକାରୀମାନେ ପୂର୍ବରୁ ଯେଉଁ କେନ୍ଦ୍ରରୁ ଭତ୍ତା ଟଙ୍କା ପାଉଥିଲେ, ସେହିଠାରୁ ହିଁ ଭତ୍ତା ଟଙ୍କା ପାଇବେ । ଭତ୍ତା ପ୍ରଦାନରେ ପଂଚାୟତିରାଜ ସଂସ୍ଥାକୁ ସାମିଲ କରାଯିବ । ଏହି ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାପାଳ ଓ ସମସ୍ତ ପୌର କର୍ତ୍ତୃପକ୍ଷଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ପ୍ରାୟ ୨୮ଲକ୍ଷ ୩୮ହଜାର ୭୦୪ ଜଣ ହିତାଧିକାରୀ ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ପାଉଛନ୍ତି । ଏଥିରୁ ୮୦ବର୍ଷରୁ ଅଧିକ ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ୮୩ ହଜାର, ୮୦ବର୍ଷ ଭିତରେ ପ୍ରାୟ ୨୬ଲକ୍ଷରୁ ଅଧିକ ହିତାଧିକାରୀ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.