କାର- ବାଇକ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଜଣେ ମୃତ ୨ ଗୁରୁତର

ବରଗଡ଼ ଜିଲ୍ଲା ଭେଡେନ ଦନ୍ତା ନଦୀ ବ୍ରିଜ ନିକଟରେ ଘଟିଛି ସଡକ ଦୁର୍ଘଟଣା । କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବାରୁ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି।

ବରଗଡ଼ (କେନ୍ୟୁଜ): କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ଜଣେ ମୃତ ୨ ଜଣ ଗୁରୁତର ହୋଇଛନ୍ତି । ବରଗଡ଼ ଜିଲ୍ଲା ଭେଡେନ ଦନ୍ତା ନଦୀ ବ୍ରିଜ ନିକଟରେ ଘଟିଛି ଏହି ଦୁର୍ଘଟଣା । ଦୁଇ ଜଣ ଗୁରୁତର ବ୍ଯକ୍ତି ମାନେ ହେଲେ ବରପାଲି ବ୍ଲକ ବନ୍ଧପାଲି ଗାଁର ର୍ନିମଳ ଭୋଇ ଏବଂ ଡମ୍ବରୁଧର ଭୋଇ ବୋଲି ସୂଚନା ମିଳିଛି । ମୃତକଙ୍କ ନାମ ଏପର୍ଯ୍ୟନ୍ତ ଜଣା ପଡି ନାହିଁ । ଗୁରୁତର ମାନେ ଭେଡେନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଭେଡେନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.