ଅଲ୍‌ ସଲ୍‌ଭାଡୋର୍‌ରେ ଫୁଟବଲ ମ୍ୟାଚ୍‌ ବେଳେ ଦଳାଚକଟା; ୧୨ ମୃତ

ଅଲ୍‌ ସଲ୍‌ଭାଡୋର୍‌ରେ ଶନିବାର ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ପ୍ରବେଶ କରିବା ବେଳେ ଦଳାଚକଟାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୦୦ରୁ ଅଧିକ ଆହତ ହୋଇଛନ୍ତି।

ଅଲ୍‌ ସଲ୍‌ଭାଡୋର୍‌ରେ ଶନିବାର ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ପ୍ରବେଶ କରିବା ବେଳେ ଦଳାଚକଟାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ପ୍ରବେଶ ଦ୍ୱାର ବନ୍ଦ ହେବା ପରେ ଯେତେବେଳେ ଅନେକ ଲୋକ ଷ୍ଟାଡିୟମରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ, ସେହି ସମୟରେ ଏହି ଘଟଣା ଘଟିଥିଲା। ସେହି ବେଳର ଏକ ଭିଡିଓ ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଅନେକ ଲୋକ ପ୍ରବେଶ ଦ୍ୱାରରୁ ବ୍ୟାରିକେଡ୍ ହଟାଉଥିବା ନଜର ଆସୁଛନ୍ତି।

ସୂଚନା ରହିଛି, ମ୍ୟାଚର ୧୬ ମିନିଟ ପରେ ଏହି ଘଟଣା ଘଟିଥିଲା, ଯାହା ପରେ ଖେଳକୁ ରଦ୍ଦ କରାଯାଇଥିଲା। ଶନିବାର କୁସ୍କେଟଲନ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଫୁଟ୍‌ବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। କୁସ୍କେଟଲନ ଷ୍ଟାଡିୟମ ମଧ୍ୟ-ଆମେରିକାର ସବୁଠାରୁ ବଡ ଷ୍ଟାଡିୟମ ମଧ୍ୟରୁ ଗୋଟିଏ। ଏହାର କ୍ଷମତା ୪୪,୦୦୦ରୁ ଅଧିକ।

ସେପଟେ ଏହି ଅଘଟଣକୁ ନେଇ ସଲ୍‌ଭାଡୋରନ ଫୁଟବଲ୍ ଫେଡେରେସନ୍ ଗଭୀର ଦୁଃଖ ପ୍ରକାଶ କରିଛି। ମହାସଂଘ କହିଛି ଯେ ସେମାନେ ଏହି ଘଟଣାରେ ରିପୋର୍ଟ ମାଗିଛନ୍ତି। ଏ ନେଇ ସୁରକ୍ଷା ଆୟୋଗ ସହିତ ଏକ ବୈଠକ କରାଯିବ।

ଅଲ୍‌ ସଲ୍‌ଭାଡୋର୍‌ର ରାଷ୍ଟ୍ରପତି ନାୟବ ବୁକେଲେ କହିଛନ୍ତି, ନ୍ୟାସନାଲ ସିଭିଲ୍‌ ପୋଲିସ ଏବଂ ଅଟାର୍ଣ୍ଣି ଜେନେରାଲ କାର୍ଯ୍ୟାଳୟ ଷ୍ଟାଡିୟମରେ ଘଟିଥିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ। ଟିମ୍, ମ୍ୟାନେଜର, ଷ୍ଟାଡିୟମ୍, ଲିଗ୍, ଫେଡେରେସନ୍ ସମସ୍ତଙ୍କର ଯାଞ୍ଚ ହେବ। ଯିଏ ଦୋଷୀ ବାହାରିବେ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.