ହୋଟେଲରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ମୂଷା, ମାଲିକ ଅଟକ

ଗଜପତି ଜିଲ୍ଲା ଲୁହାଗୁଡ଼ି ଛକରେ ଥିବା ହୋଟେଲ ରାଜପୁତରୁ ବିରଳ ପ୍ରଜାତିର ମୂଷା ଉଦ୍ଧାର କରାଯାଇଛି । ହୋଟଲରୁ ମୂଷାକୁ ଉଦ୍ଧାର କରିଛି ବନ୍ଯପ୍ରାଣୀ ବିଭାଗ । ପଞ୍ଜୁରୀ ଭିତରେ ମୂଷାକୁ ବନ୍ଦି କରି ରଖା ଯାଇଥିଲା ।

ମୋହନା (କେନ୍ୟୁଜ): ଗଜପତି ଜିଲ୍ଲା ଲୁହାଗୁଡ଼ି ଛକରେ ଥିବା ହୋଟେଲ ରାଜପୁତରୁ ବିରଳ ପ୍ରଜାତିର ମୂଷା ଉଦ୍ଧାର କରାଯାଇଛି । ହୋଟଲରୁ ମୂଷାକୁ ଉଦ୍ଧାର କରିଛି ବନ୍ଯପ୍ରାଣୀ ବିଭାଗ। ପଞ୍ଜୁରୀ ଭିତରେ ମୂଷାକୁ ବନ୍ଦି କରି ରଖା ଯାଇଥିଲା ।

ସୂଚନା ଅନୁଯାୟୀ ଚନ୍ଦ୍ରଗିରି ବାନାଞ୍ଚଳ ଅଧିନସ୍ଥ ଲୁହାଗୁଡ଼ି ଛକ ଠାରେ ଥିବା ରାଜପୁତ ଲାଇନ ହୋଟେଲରେ ବନ ବିଭାଗର ସ୍ଵତନ୍ତ୍ର ଟିମ୍ ଚଢାଉ କରି ଇଣ୍ଡିଆନ ରେଡ୍ ସ୍କ୍ଵାରେଲ ବା ବିରଳ ପ୍ରଜାତିର ଜଙ୍ଗଲି ପାଟ ମୂଷା ଉଦ୍ଧାର କରିଛି । ଏଥି ସହ ବେଆଇନ ଭାବେ ଏହି ମୂଷା ରଖିଥିବା ଅଭିଯୋଗରେ ହୋଟେଲ୍ ମାଲିକକୁ ଅଟକ ରଖି ଅଧିକ ପଚରା ଉଚରା କରାଯାଉଛି । ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ୍. ଆନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ୍ ଅଶୋକ କୁମାର ବେହେରାଙ୍କ ନେତୃତ୍ୱରେ ଚନ୍ଦ୍ରଗିରି, ଚାନ୍ଦିପୁଟ ଓ ପୁଡାମାରି ବନାଞ୍ଚଳର ସ୍ଵତନ୍ତ୍ର ଟିମ୍ ଢାବାରେ ଚଢାଉ କରିଥିଲା।

ବନ୍ୟପ୍ରାଣୀ ଆଇନ ୧୯୭୨ ଅନୁଯାୟୀ ଏହା ସେଡୁଲ ୧ରେ ରହିଥିବାରୁ ଏହାକୁ ରଖିବା ବେଆଇନ ଅଟେ। ବର୍ତ୍ତମାନ ବନବିଭାଗ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ରାଜପୁତ ଢ଼ାବା ମାଲିକ ଭରତ ବିଷୋୟୀଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ତେବେ ସଂପୃକ୍ତ ହୋଟେଲ୍ ମାଲିକ କେଉଁଠାରୁ ଏହି ମୂଷା ଆଣିଥିଲେ? କିଏ ତାଙ୍କୁ ଦେଇଥିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି । ମୂଷାର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାକୁ ନନ୍ଦ କାନନ ଛଡା ଯିବା ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.