Below header

କରୋନା ଖାଇଗଲାଣି ରାଜସ୍ବ,ମୁକାବିଲାରେ ରାଜ୍ୟରେ ଖର୍ଚ୍ଚ ହେଲାଣି ୧୯ ଶହ କୋଟି ଟଙ୍କା

କେନ୍ୟୁଜ୍(ବ୍ୟୁରୋ):   କରୋନା ଖାଇଗଲାଣି ରାଜସ୍ବ। ଧିରେ ଧିରେ ରାଜ୍ୟ ରାଜକୋଷର ସିଂହ ଭାଗ ଧନକୁ ଖାଇବାରେ ସଫଳ ହେଉଛି କରୋନା। ଏହି କରୋନା ମୁକାବିଲାରେ ରାଜ୍ୟରେ ଖର୍ଚ୍ଚ ହେଲାଣି ୧୯ ଶହ କୋଟି ଟଙ୍କା। ଯାହ ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ମୁଖ୍ୟମନ୍ତ୍ରୀ  ରିଲିଫ ପାଣ୍ଠିରୁ ୩୪୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏସଡିଆରଏଫରୁ ୬୨୪ କୋଟି,ପଞ୍ଚାୟତରାଜ୍ ବିଭାଗ ୮୭୫କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ବିଧାୟକମାନଙ୍କ ହାତପାଣ୍ଠି ଅର୍ଥ ମଧ୍ୟ ୭୩ କୋଟିଟଙ୍କା ଖର୍ଚ୍ଚ ହୋଇଛି। କରୋନା ମୁବାକିଲାରେ ରାଜ୍ୟରେ ୮୦୨୩ ଜଣ ଡାକ୍ତର ନିୟୋଜିତ ଅଛନ୍ତି ଓ ୪ ହଜାର ୧୪ ଜଣ ଆୟୂଷ ଡାକ୍ତର ମଧ୍ୟ ନିୟୋଜିତଥିବାର ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସିଚବ ଅଶିତ୍ ତ୍ରୀପାଠି।

ଏହା ସହିତ ମୁଖ୍ୟ ଶାସନ ସଚିବ କହିଛନ୍ତି  ୨୦୨୦-୨୧ ଆର୍ଥକ ବର୍ଷର ବଜେଟ ବ୍ୟୟ ବରାଦର ହେବ ପୁନଃସମୀକ୍ଷା। ବିଭିନ୍ନ ବିଭାଗକୁ ଦିଆଯାଇଥିବା ଅର୍ଥର ସମୀକ୍ଷା ହେବ। ମେଡିକାଲ ଖର୍ଚ୍ଚରେ କିନ୍ତୁ କୌଣସି ସାଲିସ ହେବ ନାହିଁ। ସ୍ୱାସ୍ଥ୍ୟ ସେବାରେ ସବୁ ପ୍ରକାର ଖର୍ଚ୍ଚ କରାଯିବ। ଯେଉଁ ସେକ୍ଟରର ଗୁରୁତ୍ୱ ନାହିଁ ସେଥିରେ ଖର୍ଚ୍ଚ କାଟ୍‌ ହେବ। ସାମାଜିକ ସୁରକ୍ଷା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ କୌଣସି ଖର୍ଚ୍ଚ କାଟ୍‌ ହେବ ନାହିଁ। କୃଷି ଓ ଉଦ୍ୟାନ କୃଷି ବିଭାଗରେ ମଧ୍ୟ ଖର୍ଚ୍ଚ କାଟ ହେବ ନାହିଁ।  କାମ୍ପା ଓ ଓମ୍‌ବାଡ୍‌ସିରୁ ଋଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.