Below header

ବାଲେଶ୍ୱର : ଶେଷରେ ବିଜୁଳି ଆଲୁଅରେ ଝଲସିଲା ବଳରାମଗଡ଼ି ଗାଁ, ସ୍ୱାଧୀନତାର ୭୩ ବର୍ଷ ପରେ ଫିଟିଲା ଭାଗ୍ୟ

ବାଲେଶ୍ୱର (କେ ନ୍ୟୁଜ୍‌) : ଆଜିଠାରୁ ଗାଁରେ ଜଳିଲା ବିଜୁଳି ବତୀ । ହେଲେ ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିଲା ବର୍ଷ ବର୍ଷ । ସ୍ଵାଧୀନତା ର ୭୩ ବର୍ଷ ପରେ ଗାଁରୁ ଦୂର ହେଲା ଅନ୍ଧାର । ବିଜୁଳି ଆଲୁଅ ପାଇ ଗ୍ରାମବାସୀଙ୍କ ମୁହଁ ରେଏବେ ହସର ଜୁଆର । ଖୁସିରେ ଗୋଡ଼ ତଳେ ଲାଗୁନାହିଁ ବଳରାମଗଡ଼ି ଗାଁ ଲୋକଙ୍କର।

elec-2elec-3

ବାଲେଶ୍ୱରଠାରୁ ୧୮ କିମି ଦୂର ଚାନ୍ଦିପୁର ପାଖରେ ରହିଛି ଏହି ଗାଁ । ଯେଉଁଠି କେବଳ କିରୋସିନ ଡିବି ସହ ଲଣ୍ଠନ ଏବଂ ମହମବତୀ ଥିଲା ଭରସା । ତେବେ ଅନ୍ଧାର ଦୂରେଇ ଯାଇଛି । ଆଉ ଡିବିରି ଆଲୁଅରେ ଆଉ ପାଠ ପଢ଼ିବେ ନାହିଁ ପିଲାମାନେ । ଆଜି ନଡ଼ିଆ ବାଡେଇ ପୂଜା କରି ବିଜୁଳିକୁ ଗାଁକୁ ସ୍ୱାଗତ କରାଯାଇଥିଲା । ଯୁଗ ଆସି କେଉଁଠି ପହଞ୍ଚିଲାଣି ତଥାପି ପ୍ରତିଦିନ ଅନ୍ଧାର ଭିତରେ ଦହଗଞ୍ଜ ହେଉ ଥିଲେ ବାଲେଶ୍ଵର ଜିଲ୍ଲା ସଦର ବ୍ଲକ୍ ପରିଖୀ ପଞ୍ଚାୟତର ବଳରାମଗଡ଼ିର ଲୋକମାନେ ।

ଗାଁର ଅଧିକାଂଶ ଲୋକ ମତ୍ସ୍ୟଜୀବୀ । ସମୁଦ୍ରରୁ ମାଛ ମାରି ନିଜର ଜୀବିକା ନିର୍ବାହ କରନ୍ତି । କେବେ ଗାଁକୁ କେଉଁ ଜନପ୍ରତିନିଧି ହୁଅନ୍ତୁ ଅବା ସରକାରୀ ବାବୁ ଗଲେ ଗାଁ ସମସ୍ୟା ସମ୍ପର୍କରେ କହିବା ଛଡ଼ା ଏମାନଙ୍କ ପାଖରେ ଆଉ କିଛି ଉପାୟ ନଥିଲା । ଏଭଳିକି ଗାଁ ଲୋକଙ୍କ କହିବା କଥା ବିଭିନ୍ନ ସମୟରେ ଭୋଟ ଭିକ୍ଷା ପାଇଁ ଗାଁକୁ ନେତା ଆସନ୍ତି ହେଲେ ଭୋଟ ସରିଗଲେ ଯେଭଳି ସମସ୍ତେ ଭୁଲି ଯାଆନ୍ତି ପ୍ରତିଶ୍ରୁତି।

elec-4elec-5

ଏଭଳି ଭାବେ ଚାହିଁ ଚାହିଁ ଦୀର୍ଘ ବର୍ଷ ବିତିଯାଇଥିଲା । ଗତ ତିନି ବର୍ଷ ତଳେ ଯେତେବେଳେ ଗାଁରେ ବିଜୁଳି ଖୁଣ୍ଟ ପଡ଼ିଲା ଓ ତାର ଟଣା ହେଲା ଏଠାକାର ବାସିନ୍ଦାଙ୍କ ମନ କୁରୁଳି ଉଠିଲା ଖୁସିରେ । ହେଲେ ବିଦ୍ୟୁତ୍ ସଂଯୋଗ ମିଳିଲା ନାହିଁ । ଏମିତିରେ ତିନି ବର୍ଷ ବିତିଗଲା । ଶେଷରେ ଗାଁ ଲୋକମାନେ ଗଣମାଧ୍ୟମର ସହଯୋଗ ଲୋଡ଼ିବା ପରେ ତତ୍ପର ହେଲା ପ୍ରଶାସନ । ଶେଷରେ ଆଜି ଗାଁରେ ବିଦ୍ୟୁତ୍ ସଂଯୋଗ ହୋଇଛି ।

elec-6

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.