କରୋନା ଆକ୍ରାନ୍ତ ବ୍ୟକ୍ତି ଭୟ ଦେଇ ଗତିକଲେ ନିଜର ଅଧିକ କ୍ଷତି ହେବ: ବିଶେଷଜ୍ଞ

କେନ୍ୟୁଜ୍(ବ୍ୟୁରୋ):  କରୋନାକୁ ଡରନା, କରୋନା ଆକ୍ରାନ୍ତ ବ୍ୟକ୍ତି  ଯଦି ଭୟ ଦେଇ ଗତି କରିବେ ତେବେ ନିଜର ଅଧିକ କ୍ଷତି ହେବାର ସମ୍ଭାବନା ରହିଛି।କରୋନା ରୋଗୀ ଭୟଭୀତ ହେଲେ ରୋଗ ଅଧିକ ଆକ୍ରାନ୍ତ କରିବାର ଆଶଙ୍କା ରହିଛି । ଭୟଭୀତ ହେଲେ, ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଇପାରେ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ କରୋନା ଅଧିକ ଆକ୍ରାମକ ହୁଏ ।ତେଣୁ ଭୟ ନକରି ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ । ସବୁବେଳେ ନିଜକୁ ଆକ୍ଟିଭ୍ ରଖିବା ଓ ଶାରୀରିକ ପରିଶ୍ରମ କରିବାକୁ ଚେଷ୍ଟା କରିବା  ବୋଲି ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି ।

ମାନସିକ ରୋଗ ବିଶେଷଜ୍ଞ ସରଦା ସ୍ୱାଇଁ କହିଛନ୍ତି ହୋମ କ୍ବାରେଣ୍ଟାଇନ ରହି ଚିକିତ୍ସିତ ହେଉଥିଲେ କୋଭିଡ ଔଷଧ ସହ ମାନସିକ ରୋଗର ଔଷଧ ଖାଇପାରିବେ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କରିବେ । ସବୁ ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ  ଯାନ ଯୋଗାଯାଇଛି । ସାକ୍ଷାତ ଓ ଭିଡିଓ କଲରେ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି । ଭ୍ରାମ୍ୟମାଣ ଯାନ ମାନସିକ ରୋଗୀଙ୍କ ନିକଟରେ ଔଷଧ  ପହଞ୍ଚାଇବାରେ ବ୍ୟବସ୍ଥା କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.