ବାଃ କି ବୁଦ୍ଧି! ପାଣି ପିଇ ଶୋଷ ମେଣ୍ଟାଇଲା ଏହି ମାଙ୍କଡ଼, ପୁଣି ବନ୍ଦ କରିଦେଲା ନଳ, ଭାଇରଲ ହେଉଛି ଭିଡ଼ିଓ

ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କ ଭିଡିଓ ଅନେକ ସମୟରେ ଭାଇରଲ ହେବାରେ ଲାଗିଥାଏ। ଲୋକେ ମଧ୍ୟ ଏହାକୁ ଖୁବ ପସନ୍ଦ କରିଥାନ୍ତି। ଏବେ ଏମିତି ହିଁ ଏକ ମାଙ୍କଡ଼ର ଭିଡ଼ିଓ ସୋସିଆଲ ମିଡ଼ିଆରେ ବୋବାଲ କରୁଛି। ଭିଡିଓଟି ବହୁତ ମଜାଦାର ରହିଛି ଏବଂ ଏଥିରୁ ଆପଣଙ୍କୁ ଏକ ବଡ଼ ଶିକ୍ଷା ବି ମିଳୁଛି।

ଭିଡିଓରେ ଦେଖାଯାଉଛି କି, ଏକ ମାଙ୍କଡ଼ ଏକ ନଳରୁ ମୁଁହ ଲଗାଇ ପାଣି ପିଉଛି ଏବଂ ପାଣି ପିଇ ସାରିବା ପରେ ଏହାକୁ ଭଲ ଭାବେ ବନ୍ଦ କରି ଦେଉଛି। ଏହାପରେ ମାଙ୍କଡ଼ଟି ସେଠାରୁ ଚାଲି ଯାଉଛି। ଭିଡିଓଟିକୁ ଆଇପିଏସ ଅଧିକାରୀ ଦୀପାଂଶୁ କାବରା ସେୟାର କରିଛନ୍ତି।

ଏହି ଭାଇରଲ ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି। ଏ ପର୍ଯ୍ୟନ୍ତ ଏହାକୁ ୬ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି। ବୁଦ୍ଧିଆ ମାଙ୍କଡ଼ଟି କିପରି ପାଣି ନଷ୍ଟ ନ କରି ନଳକୁ ବନ୍ଦ କରି ଦେଉଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଲୋକେ ଏହି ଭିଡିଓ ଉପରେ ଅନେକ କମେଣ୍ଟ ମଧ୍ୟ କରିଛନ୍ତି।

You might also like