ଆନ୍ଦୋଳନ ସ୍ଥଗିତ ପରେ ଆଜିଠୁ କାର୍ଯ୍ୟରେ ଯୋଗଦେବେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ଆଇନଜୀବୀ

କଟକ: ଆଜିଠୁ କାର୍ଯ୍ୟରେ ଯୋଗଦେବେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ଆଇନଜୀବୀ। ଆନ୍ଦୋଳନକୁ ସ୍ଥଗିତ ରଖିବା ପରେ ହାଇକୋର୍ଟ ବାର୍ ଓ କଟକର ଅନ୍ୟ ବାର୍ ଓକିଲଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ହାଇକୋର୍ଟ ବାର୍ ଆସୋସିଏସନ୍ ଅନୁରୋଧ କରିଛି। ଗତ ୧ ତାରିଖରେ ବସିଥିବା ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଆନ୍ଦୋଳନ ନକରି କାର୍ଯ୍ୟରେ ଯୋଗ ଦେବାପାଇଁ ବାର୍ କାଉନସିଲ ଅଫ ଇଣ୍ଡିଆ ପରାମର୍ଶ ଦେଇଥିଲେ। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆଙ୍କ ପରାମର୍ଶକୁ ମାନି କାର୍ଯ୍ୟବନ୍ଦ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ନିଷ୍ପତ୍ତି ନେଇଥିଲେ ହାଇକୋର୍ଟ ବାର୍ ଆସୋସିଏସନ୍ ଆଇନଜୀବୀ। ବିଚାରପତି ନିଯୁକ୍ତିରେ କଲିଜିୟମ୍ ବ୍ୟବସ୍ଥାକୁ ଉଚ୍ଛେଦ ସହ ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ ଆଦି ଦାବି ରଖିଛି ହାଇକୋର୍ଟ ବାର୍ ଆସୋସିଏସନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.