ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ବର୍ଷାଙ୍କ ପାର୍ଲିଆମେଣ୍ଟ ସ୍ପାଉସ କାର୍ଡ ସରେଣ୍ଡର ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଦେଲେ ହାଇକୋର୍ଟ

କଟକ(କେନ୍ୟୁଜ୍):ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ବର୍ଷାଙ୍କ ପାର୍ଲିଆମେଣ୍ଟ ସ୍ପାଉସ କାର୍ଡ ସରେଣ୍ଡର ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ । ସ୍ଥଗିତାଦେଶ ନିର୍ଦ୍ଦେଶ ଜାରି କଲେ ଓଡ଼ିଶା ହାଇକୋର୍ଟ । ବର୍ଷାଙ୍କ ପକ୍ଷରୁ ଦାୟର ମାମଲାକୁ ଗ୍ରହଣ କରି ଏହି ନିର୍ଦ୍ଦେଶ । ବର୍ଷାଙ୍କୁ ମିଳିଥିବା ସ୍ପାଉସ କାର୍ଡ ଫେରାଇବାକୁ ସଚିବ ଦେଇଥିଲେ ନିର୍ଦ୍ଦେଶ ।

କାର୍ଡ ଫେରାଇବାକୁ ଅନୁଭବ ପାର୍ଲିଆମେଣ୍ଟ ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ଆସନ୍ତା ମାର୍ଚ୍ଚ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି । ବର୍ଷା ପ୍ରିୟଦର୍ଶିନୀଙ୍କ ଓକିଲ ସୁଜାତା ଜେନାଙ୍କ ସୂଚନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.