ଓଡ଼ିଶା ପଞ୍ଚାୟତ ନିର୍ବାଚନ : ୮୬୮୪ ଜଣଙ୍କର ପ୍ରାର୍ଥୀପତ୍ର ଖାରଜ

ଭୁବନେଶ୍ୱର : ଚଳିତ ବର୍ଷ ପଞ୍ଚାୟତ ନିର୍ବଚନ ପାଇଁ ବିଭିନ୍ନ ପଦବୀ ପାଇଁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ମଧ୍ୟରୁ ୮୬୮୪ ଜଣଙ୍କର ପ୍ରାର୍ଥୀପତ୍ର ଖାରଜ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିସନ ପ୍ରକାଶ କରିଛନ୍ତି । ସେହିପରି ଏଥର ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଦପଦବୀ ପାଇଁ ମୋଟ୍ ୨ ଲକ୍ଷ ୨୯ ହଜାର ୬୨ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ସେଥିମଧ୍ୟରୁ ଯାଞ୍ଚ ପରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୩୨ ଜଣ, ସରପଞ୍ଚ ପଦ ପାଇଁ ୧୭୫୩, ସମତି ସଭ୍ୟ-୧୧୧୯ ଓ ୱାର୍ଡ ମେମ୍ବର ପାଇଁ ୫ହଜାର ୫୪୪ଜଣଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଛି । ଏବେ ଜିଲ୍ଲା ପରିଷଦ ଆସନ ପାଇଁ ୩୭୬୭, ସରପଞ୍ଚ ପାଇଁ ୩୨ ହଜାର ୮୬୦ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି ।

ସେହିପରି ଯାଞ୍ଚ ପରେ ପଞ୍ଚାୟତ ସମତି ସଭ୍ୟ ପାଇଁ ୨୭ହଜାର ୩୪ ଓ ୱାର୍ଡ ମେମ୍ବର ପାଇଁ ବୈଧ ରହିଛି ୧ ଲକ୍ଷ ୫୬ ହଜାର ୭୫୩ ଜଣଙ୍କ ନାମାଙ୍କନ । ଖୋର୍ଦ୍ଧାର ବଡ଼ପୋଖରିଆ ପଞ୍ଚାୟତରେ ଜିଲ୍ଲା ପରିଷଦ ପଦ ଜୋନକୁ ଛାଡ଼ି ଅନ୍ୟ ସବୁ ଆସନ ପାଇଁ ଜଣେ ଲେଖାଏ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାଯାଇଛି । ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସନ୍ତା ୨୫ ତାରିଖରେ ପ୍ରକାଶ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.