ଓଡ଼ିଶା ପୋଲିସ ଏସ୍‌ଆଇ ପରୀକ୍ଷା ସ୍ଥଗିତ, ପ୍ରଶ୍ନପତ୍ର ଠିକ ଭାବେ ଡାଉନଲୋଡ ହେଉନଥିଲା

ଭୁବନେଶ୍ବର(କେନ୍ୟୁଜ୍):ଓଡ଼ିଶା ପୋଲିସ ଏସ୍‌ଆଇ ପରୀକ୍ଷାରେ ବିଭ୍ରାଟ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି । ସିପିଏସଇ-୨୦୧୮ର ପେପର-୧ର ପୁନଃ ପରୀକ୍ଷା ସ୍ଥଗିତ । ସଫ୍ଟୱେୟାରରେ ସମସ୍ୟା ଯୋଗୁ ପ୍ରଶ୍ନପତ୍ର ଠିକ ଭାବେ ଡାଉନଲୋଡ ହେଉନଥିଲା । ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଏବେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ଓଡ଼ିଶା ପୋଲିସ ରିକ୍ୟୁରିଟିମେଣ୍ଟ ବୋର୍ଡ-ଓପିଆରବି ଅଧ୍ୟକ୍ଷ ସୁଧାଂଶୁ ଷଡ଼ଙ୍ଗୀ ଟ୍ଵିଟ ଜରିଆରେ ସୂଚନା ଦେଇଛନ୍ତି ।

ପୁଣି ଥରେ ପରୀକ୍ଷା ହେବ । ଆବଶ୍ୟକ ପଡ଼ିଲେ OMRରେ ପରୀକ୍ଷା ହେବ । ଏସ୍‌ପିଙ୍କ ତତ୍ୱାବଧାନରେ ଜିଲ୍ଲା ସଦର ମହକୁମାରେ ପରୀକ୍ଷା କରାଯିବ । ପରୀକ୍ଷା କରୁଥିବା ସଂସ୍ଥାକୁ ସୋ କଜ ନୋଟିସ ଦିଆଯାଇଛି । କୌଣସି ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହେବେନି ବୋଲି ଓପିଆରବି ଅଧ୍ୟକ୍ଷ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.