ଟଳିନାହିଁ ବନ୍ୟା ବିପତ୍ତି ସେପଟେ ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜର ଖୋଲିଲା ୭ ଟି ଗେଟ

କେନ୍ୟୁଜ୍(ବ୍ୟୁରୋ): ବନ୍ୟା ସ୍ଥିତି ନେଇ ଏସଅଆରସିଙ୍କ ସୂଚନା। ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜ ୭ ଟି ଗେଟ ଖୋଲିଛନ୍ତି। ସେଠାରୁ ୧ ଲକ୍ଷ ୫ ହଜାର କ୍ୟୁସେକ ପାଣି ଆସୁଛି। ଏହାଦ୍ୱାରା ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବ। ମାତ୍ର ବନ୍ୟା ସମ୍ଭାବନା କମ । ସେହିପରି ବୁଢ଼ାବଳଙ୍ଗରେ ବିଶେଷ ବନ୍ୟା ସ୍ଥିତି ନାହିଁ । କିନ୍ତୁ ଉଭୟ ନଦୀ ଉପରେ ନଜର ରଖିଛୁ । ବୈତରଣୀରେ ସେପରି ସମସ୍ୟା ନାହିଁ । ଲଗାଣ ବର୍ଷା ଦ୍ୱାରା କାନ୍ଥ ପଡି ୩ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ଵର ଜଣେ,ମୟୁରଭଞ୍ଜ ୨ ଜଣ,କେନ୍ଦୁଝର ଜଣେ ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ପାଣି ଛାଡିବା ଆରମ୍ଭ କରିଛି । ଲୋକେ ଗାଁ ମୁହାଁ ହେଉଛନ୍ତି । ବନ୍ୟା ପରେ ପାନୀୟ ଜଳର ସମସ୍ୟାକୁ ଆଖି ଆଗରେ ରଖି ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ରେ ପିଇବା ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ହୀରାକୁଦର ଏବେ ୬ ଟି ଗେଟ ବନ୍ଦ କରାଯାଇଛି। ୪ଟି ଗେଟ ଖୋଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.