ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୭୦ ନୂଆ ପଜିଟିଭ୍‌ ଚିହ୍ନଟ, ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୭୦ ନୂଆ ପଜିଟିଭ୍‌ ଚିହ୍ନଟ । ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୯୪ ପ୍ରତିଶତ। ଯାହାକି ଗତକାଲି ଥିଲା ୨.୯୧ ପ୍ରତିଶତ। ୨୪ ଘଣ୍ଟାରେ ୭୦ ହଜାର ୨୪୪ ଟେଷ୍ଟିଂ ହୋଇଥିଲା ।

ଖୋର୍ଦ୍ଧାରୁ ସର୍ବାଧିକ ୪୪୬ ପଜିଟିଭ୍‌ ବାହାରିଛନ୍ତି । କଟକରୁ ୩୧୯, ବାଲେଶ୍ୱରରୁ ୧୭୬, ଯାଜପୁରରୁ ୧୩୬ ଓ ପୁରୀରୁ ୧୧୦ ରହିଛି କରୋନା କେସ୍‌। ୨୫ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ। ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୨୧ ହଜାର ୭୪୨କୁ ହ୍ରାସ ପାଇଛି। ରାଜ୍ୟରେ ଗ୍ରୀନ୍‌ ଜୋନରେ ୨୪ ଜିଲ୍ଲା ରହିଛି। ୨ ଜିଲ୍ଲା ରେଡ୍‌ ଜୋନ୍‌ରେ ଥିବାବେଳେ ୪ ଜିଲ୍ଲା ୟେଲୋ ଜୋନ୍‌ରେ ରହିଛି.।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.