ଆଜି ହେରାପଞ୍ଚମୀ: ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ଯିବେ ମାଆ ଲକ୍ଷ୍ମୀ

ପୁରୀ(କେନ୍ଯୁଜ୍): ଆଜି ହେରାପଞ୍ଚମୀ ନୀତି । ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ଯିବେ ମାଆ ଲକ୍ଷ୍ମୀ । ରୁକ୍ମିଣୀ ହରଣ ଏକାଦଶୀରେ ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କର ବିବାହ ସମ୍ପୂର୍ଣ୍ଣ ହୋଇଥିଲା। ଗଇଁଠାଳ ଫିଟିନଥିବାବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀକୁ ଯାତ୍ରା କରିଛନ୍ତି । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମାଆ ଲକ୍ଷ୍ମୀଙ୍କର ସାକ୍ଷାତ ହୋଇନାହିଁ । ତେଣୁ ଆଜି ସନ୍ଧ୍ୟା ଆଳତୀ ପରେ ବିମାନ ପଟୁଆରରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବ ମାଆ ।

ଗୁଣ୍ଡିଚା ମନ୍ଦିରକୁ ମହାଲକ୍ଷ୍ମୀ ଯିବାବେଳ ମହାପ୍ରଭୁଙ୍କଠାରୁ ମୁଖଚୁମ୍ବିତ ଅଧରମାଳା ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ । ସେହି ସମୟରେ ସନ୍ଧ୍ୟାଧୂପ ଚାଲିଥିବାରୁ ଟେରା ପଡିଥିବ । ତେଣୁ ମହାପ୍ରଭୁଙ୍କୁ ସାକ୍ଷାତ କରିପାରିବେନି ମା ଲକ୍ଷ୍ମୀ । ଏହାପରେ ଅଭିମାନିନୀ ମାଆ ଲକ୍ଷ୍ମୀ ନନ୍ଦିଘୋଷ ରଥର ଚକା ଭାଙ୍ଗି ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିର ଫେରିଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.