୨୦ଟି ଖଣିର ନିଲାମ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ କଲେ ସରକାର, ୨୦୨୦ ମାର୍ଚ୍ଚ ୩୧ରେ ସରୁଛି ଲିଜ୍‌ ଅବଧି

କେନ୍ୟୁଜ୍(ବ୍ୟୁରୋ): ୨୦ଟି ଖଣିର ନିଲାମ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ କଲେ ସରକାର। ଏହି ଖଣି ଗୁଡିକର ଲିଜ୍‌ ଅବଧି ୨୦୨୦ ମାର୍ଚ୍ଚ ୩୧ରେ ସରୁଛି। ନିକଟରେ ତ୍ରୁଟି ଯୋଗୁଁ ଏହି ଖଣି ଗୁଡିକର ନିଲାମ ପ୍ରକ୍ରିୟାକୁ ବାତିଲ କରଥିଲେ ରାଜ୍ୟ ସରକାର। JSW ଗ୍ରୁପ୍‌ ଓ ଏହାର SUBSIDIARIES ମିଳିତ ଭାବେ ନିଲାମ ପ୍ରକ୍ରୟାରେ ଭାଗ ନେଇଥିଲେ । ଗୋଟିଏ ଗ୍ରୁପ୍‌ର ଭିନ୍ନ ଭିନ୍ନ କମ୍ପାନୀ ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ଅନ୍ୟ କମ୍ପାନୀ ବିରୋଧ କରୁଥିଲେ । ଏହାକୁ ଦେଖି ରାଜ୍ୟ ସରକାର ନିଲାମ ପ୍ରକିୟା ବାତିଲ କରିଥିଲେ। ଗତ ଅକ୍ଟୋବର ୪, ୧୪ ଓ ୧୮ ତାରିଖରେ ତିନିଟି ପର୍ଯ୍ୟାୟରେ ନିଲାମ ଡକାଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.