ତାଳଚେରରେ ଜମୁଛି ଗଣେଶ ପୂଜା: ଆଲୋକ ମାଳାରେ ଚକମକ ପୂଜା ମଣ୍ଡପ, ଆସନ୍ତା ୧୦ରେ ଭସାଣ ଉତ୍ସବ

ତାଳଚେର(କେନ୍ୟୁଜ୍) : ଜମୁଛି ତାଳଚେର ଗଣେଶ ପୂଜା । ଆଲୋକମାଳାର ଚକମକ କରୁଛି ସୁନ୍ଦର ସୁନ୍ଦର ସୁଉଚ୍ଚ ତୋରଣ । ଚଳିତ ବର୍ଷ ଶହେରୁ ଅଧିକ ଛୋଟ ବଡ଼ ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀ ଜଗାନନ । ତାଳଚେରର ଗଣେଶ ପୂଜା ଏକ ଗଣପର୍ବ ହୋଇଥିବାରୁ ସମସ୍ତ ବର୍ଗର ଲୋକ ଏଥିରେ ସାମିଲ ହୋଇଥାନ୍ତି । ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ପୂଜା ମଣ୍ଡପ ଗୁଡିକ ବିଭିନ୍ନ ପୌରାଣିକ କଥାବସ୍ତୁ ଉପରେ ସାଜସଜ୍ଜା ହୋଇଛି । ତୋରଣ ଗୁଡ଼ିକୁ ଭଳିକି ଭଳି ଆଲୋକରେ ସଜାଯାଇଛି ।

ଅନ୍ୟପଟେ ପୁରସ୍କାର ପାଇବା ଆଶାରେ ବିଭିନ୍ନ ପୂଜା କମିଟି ।କରୋନା କଟକଣ ପାଇଁ ଦୁଇବର୍ଷ ଧରି ବନ୍ଦ ରହିଥିଲା ଗଣେଶ ପୂଜା । ତେଣୁ ପ୍ରତିଦିନ ସଂଧ୍ୟା ହେଲେ ବିଭିନ୍ନ ପୂଜା ମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ମୀନା ବଜାର ସାଙ୍ଗକୁ ବିଭିନ୍ନ ଦୋକାନ ବଜାର ଓ ଚଟପଟି ଖାଇବାର ମଜା ଉଠାଉଛନ୍ତି ଦର୍ଶକ । ଅନ୍ୟପଟେ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ଆୟୋଜିତ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଲୋକଙ୍କୁ ବେଶ ଆକୃଷ୍ଟ କରୁଛି । ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେପ୍ଟେମ୍ବର ୧୦ରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ । ଭସାଣ ଉତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.