ଆଜିଠୁ ଓଜେଇଇ ପକ୍ଷରୁ ପିଜି ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ବେସଡ ପରୀକ୍ଷା

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଓ ଆସନ୍ତାକାଲି ଓଜେଇଇ ପକ୍ଷରୁ ପିଜି ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ବେସଡ ପରୀକ୍ଷା । ଏଥିପାଇଁ ସାରା ରାଜ୍ୟରୁ ପାଖାପାଖି ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଆଜି ତିନୋଟି ସିଫ୍ଟରେ ପରୀକ୍ଷା ହେଉଛି । ପ୍ରଥମ ସିଟିଂ ସକାଳ ୯ଟାରେ ଆରମ୍ଭ ହୋଇଛି । ଏମଟେକ, ଏମଆର୍କ, ଲେଟରାଲ ଏମସିଏ,ଏମଫାର୍ମ, ଏମପ୍ଲାନ ଓ ଏମସିଏରେ ନାମ ଲେଖାଇବା ପାଇଁ ପରୀକ୍ଷା ହେଉଛି । ସେହିଭଳି କାଲି ଏମବିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପରୀକ୍ଷା ହେବ । କାଲି ୨ଟି ସିଫ୍ଟ ରେ ପରୀକ୍ଷା ହେବ । ଅନଲାଇନ ପରୀକ୍ଷା ପାଇଁ ରାଜ୍ୟର ୮ଟି ସହରରେ ୨୪ଟି ସେଣ୍ଟର ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୮ଟି ସେଣ୍ଟର ହୋଇଛି । ମେ’ ୧୮ ତାରିଖରେ ଓଜେଇଇ ଅଫଲାଇନ ପରୀକ୍ଷା ହୋଇଥିଲା । ଏଥିରେ ପାଖାପାଖି ୨୯ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଆସନ୍ତା ୨୦ ତାରିଖରେ ରେଜଲ୍ଟ ବାହାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.