Below header

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କ ଚିଠି, ଜାଣନ୍ତୁ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କ ଚିଠି । କାଶ୍ମୀର ସମେତ ସବୁ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବା ପାଇଁ ଚାହୁଥିବା କହିଛନ୍ତି ଇମ୍‌ରାନ୍‌ ଖାନ୍‌ । ଭାରତ ସହ ମିଶି ପାକିସ୍ତାନ କାମ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଇମ୍‌ରାନ୍‌ । ଆସନ୍ତା ୧୩ରେ କାର୍ଗିସ୍ତାନର ରାଜଧାନୀରେ ହେବାକୁ ଯାଉଛି SCO ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ ଯୋଗଦେବେ । ହେଲେ ବୈଠକରେ ଭାରତ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ଆଲୋଚନା ହେବ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଆଲୋଚନା ଓ ଆତଙ୍କବାଦ ଏକା ସଙ୍ଗେ ହୋଇପାରିବ ନାହିଁ ବୋଲି କହିଛି ଭାରତ । ଭାରତର ଏପରି ଆଭିମୁଖ୍ୟର ଗୋଟିଏ ଦିନ ପରେ ପାକିସ୍ତାନ ପ୍ରଧାନମନ୍ତ୍ର ମୋଦିଙ୍କୁ ଏହି ଚିଠି ଲେଖିଛନ୍ତି । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.