ଲକଡାଉନ ଅବଧି ବୃଦ୍ଧି ଯୋଗୁଁ ଘୁଞ୍ଚିଲା ଓଜେଇଇ ବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

କେନ୍ୟୁଜ(ବ୍ୟୁରୋ): ଘୁଞ୍ଚିଲା ଓଜେଇଇ ବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୩ ଯାଏଁ ଲକଡାଉନ ଅବଧି ବୃଦ୍ଧି କରିବାକୁ ଘୋଷଣା କରିବା ପରେ ଏହି ପରୀକ୍ଷା ଘୁଞ୍ଚା ଯାଇଛି । ଏହି ପରୀକ୍ଷା ମେ ମାସ ପ୍ରଥମ ସପ୍ତାହରେ ହେବାକୁ ଥିଲା କିନ୍ତୁ ଲକଡାଉନ ଅବଧି ବଢିବା ପରେ ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି । ତେବେ ପରୀକ୍ଷା କେବେ ହେବ ସେ ନେଇ ଜଣାପଡ଼ିନଥିବା ବେଳେ ପରୀକ୍ଷାର୍ଥୀଙ୍କୁ ଏ ବାବଦରେ ପରେ ସୂଚନା ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଓଜେଇଇ କର୍ତୃପକ୍ଷ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.