କେନ୍ଦୁଝର ବାଂଶପାଳରେ ଭାଲୁ ଆକ୍ରମଣରେ ବୃଦ୍ଧ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ୍ ବିଜେପି ରେଞ୍ଜ ଶଙ୍କରେଇ ଗ୍ରାମରେ ଗତକାଲି ଭାଲୁ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଉଛି ଉକ୍ତ ଗ୍ରାମର ବଖୁଲୁ ପ୍ରଧାନ । ସେ ଗତକାଲି ସକାଳେ ଘର ନିକଟସ୍ଥ ବିଲ ପାଖ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ସମୟରେ ହଠାତ୍ ଏକ ଭାଲୁ ଆକ୍ରମଣ କରିଥିଲା ଏବଂ ବଖୁଲୁଙ୍କର ମୁଣ୍ଡକୁ ଅଧା ଖାଇଦେଇଥିଲା । ଆକ୍ରମଣରେ ବଖୁଲୁଙ୍କର ଗୋଡ ମଧ୍ୟ ଭାଙ୍ଗିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁହୋଇଥିବା ଜଣାପଡିଛି । ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ନିକଟସ୍ଥ ଜଙ୍ଗଲରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ । ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଁଚିଥିଲା ।

Leave A Reply

Your email address will not be published.