କେନ୍ଦୁଝର: ବଜ୍ରାଘାତରେ ଚାଲିଗଲା ବୃଦ୍ଧଙ୍କ ଜୀବନ

କେନ୍ଦୁଝର(କେ ନ୍ୟୁଜ): କାଳ ବୈଶାଖିର ତାଣ୍ଡବ ପରେ ବଜ୍ରାଘାତରେ ଗଲା ଆଉ ଏକ ଜୀବନ । କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଉଖୁଣ୍ଡା ପଂଚୟତ ଅନ୍ତର୍ଗତ କାଶୀପୁର ଗାଁରେ ରାଇଦାସ ମୁଣ୍ଡା ନାମକ ଜଣେ ବ୍ୟକ୍ତି ନିଜର ବଳଦ ନେଇ ଆସୁଥିବା ବେଳେ ବଜ୍ରାଘାତ ଘଟିଥିଲା । ଖବର ପାଇ ପରିବାର ଲୋକେ ତାଙ୍କୁ ଝୁମ୍ପୁରା ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠି ତାଙ୍କର ମୃତ୍ୟୁ ଘଟିଥିବା ନେଇ ଡାକ୍ତର ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.