ବହୁଡା ପୂର୍ବରୁ ଭୁଷୁଡିଲା ଯାଜପୁରର ପୁରାତନ ଜଗନ୍ନାଥ ମନ୍ଦିର ପାଚେରୀ  

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁରର ପୁରାତନ ଜଗନ୍ନାଥ ମନ୍ଦିର ପାଚେରୀ ଭୁଷୁଡିଲା । ଏ ଏସ ଆଇ ବା ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଅଧିନରେ ରହିଥିବା ଏହି ମନ୍ଦିରର ସୁରକ୍ଷା ନେଇ ଏବେ ଉଠିଛି ପ୍ରଶ୍ନବାଚୀ । କାରଣ ମନ୍ଦିର ପାଚେରୀ କୁ ଲାଗି ଯାଇଥିବା ରାସ୍ତାରେ ପ୍ରତିଦିନ ଶହ ଶହ ଭାରିଯାନ ଚଳାଚଳ କରୁଛି । ଫଳରେ ଏହି ପାଚେରୀ ଦିନକୁ ଦିନ ଦୁର୍ବଳ ହେଉଛି ।

jajpur

ପୂର୍ବରୁ ଦୁଇ ବର୍ଷ ତଳେ ମଧ୍ୟ ମନ୍ଦୀରର ପାଚେରୀ ଭୁଷୁଡିଥିବା ଦେଖିବାକୁ ମିଳିଥିଲା । ଏବେ ପୁଣି ପାଚେରୀ ଭୁଷୁଡିବା ପଂଳରେ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ନାନା ଭୟରେ ଯାତାୟତ କରୁଛନ୍ତି । ସେପଟେ ଜିଲା ପ୍ରଶାସନ ପକ୍ଷରୁ ସେହି ଅଂଚଳରେ ସତର୍କ ହୋଇ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଯାଜପୁରର ଭାରପ୍ରାପ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ଏଏସଆଇ କର୍ତୁପକ୍ଷଙ୍କୁ ଅବଗତ କରି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.