ଜେଲରୁ ବାହାରିଲା ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ

କେନ୍ୟୁଜ୍(ବ୍ୟୁରୋ):  ଜେଲରୁ ବାହାରିଲା ଗୋବିନ୍ଦ ସାହୁ। ୧୪ଦିନିଆ ମଧ୍ୟବର୍ତ୍ତୀକାଳିନ ଜାମିନରେ ବାହାରିଲା ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ନିଜର ପତ୍ନୀ ସ୍ତ୍ରୀ ଓ ତାଙ୍କ ପୁଅ ଅସୁସ୍ଥ ଥିବାରୁ ତାଙ୍କ ଚିକିତ୍ସା ପାଇଁ ଗୋବିନ୍ଦ ସାହୁଙ୍କ ଓକିଲ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ।

ଉଚ୍ଚ ନ୍ୟାୟାଳୟ ଗତ ୨୯ ତାରିଖରେ ୧୪ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଆଜି କଣ୍ଟାବାଞ୍ଜି ଏଡିଜେରେ ଗୋବିନ୍ଦ ସାହୁଙ୍କ ଓକିଲ ହାଇକୋର୍ଟ ଦେଇଥିବା ଜାମିନ ଫାଇଲ କରିଥିଲେ। ବିଭିନ୍ନ ସର୍ତ୍ତ ଏବଂ ୫୦ ହଜାର ଟଙ୍କାର ଦୁଇ ଜଣଙ୍କ ଜମାନତରେ ତାଙ୍କୁ ଜାମିନ ଦିଆଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.