ଭୁବନେଶ୍ୱରରେ ମୁକୁଳା ଡ୍ରେନ ନେଲା ଜୀବନ, ନୟାପଲ୍ଲୀ ଏକାମ୍ର ଭିଲ୍ଲା ନିକଟ ଡ୍ରେନରେ ପଡ଼ି ବୃଦ୍ଧା ମୃତ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ପୁଣି ମୁକୁଳା ଡ୍ରେନ ନେଲା ଜୀବନ। ନୟାପଲ୍ଲୀ ଏକାମ୍ର ଭିଲ୍ଲା ନିକଟ ଡ୍ରେନରେ ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ମୃତ ବୃଦ୍ଧାଙ୍କ ନାଁ ଟି. ଆପାଲମ୍ମା । ସେ ସାଲିଆ ସାହିରେ ରହୁଥିଲେ । ମୃତ ଆପାଲମ୍ମାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ଗତକାଲି ସଂଧ୍ୟାରେ ଆପାଲମ୍ମା ଏକାମ୍ର ଭିଲ୍ଲା ନିକଟରେ ଯାଉଥିବା ବେଳେ ମୁକୁଳା ଡ୍ରେନ ଭିତରକୁ ଖସି ପଡ଼ିଥିଲେ । ବର୍ଷା ଯୋଗୁଁ ଡ୍ରେନରେ ପାଣି ସୁଅ ଚାଲିଥିବା ବେଳେ ସେ ଭାସି ଯାଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ଏକାମ୍ର ଭିଲ୍ଲା ନିକଟରେ ରାସ୍ତା କାମ ଚାଲିଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ଏଥିପାଇଁ ସଂପୃକ୍ତ ରାସ୍ତା କାମ ତୁରନ୍ତ ସାରିବା ସହ ମୃତ ଆପଲ୍ଲମାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.