କଟକ ମହିଳା ଥାନାରେ ହାଜର ହେଲେ ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

କଟକ (କେନ୍ୟୁଜ): କଟକ ମହିଳା ଥାନାରେ ହାଜର ହେଲେ ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ପତ୍ନୀ ଶ୍ରୀୟା ମିଶ୍ର ଆଣିଥିବା ପାରିବାରିକ ବିବାଦ ମାମଲାରେ ସେ ହାଜର ହୋଇଛନ୍ତି । ପତ୍ନୀ ବି ଥାନାରେ ହାଜର ହେବେ । ଉଭୟଙ୍କୁ କାଉନସେଲିଂ କରିବ ପୋଲିସ । ଗତକାଲି ହ୍ୟୁମାନଙ୍କ ପତ୍ନୀ କଟକ ଡିପସିିଙ୍କୁ ଭେଟିଥିଲେ । କିଛି ମାସ ହେବ ସ୍ୱାମୀ ତାଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଶ୍ରୀୟା ଅଭିଯୋଗ କରିଥିଲେ ।

ହ୍ୟୁମାନ ଓ ଶ୍ରୀୟା ପ୍ରତିଯୋଗୀ ଭାବେ ସଂଗୀତ ଭିତ୍ତିକ ରିଅଲିଟି ସୋରେ ଭଏସ ଅଫ ଓଡ଼ିଶା ସିଜନ-୨ରେ ଭାଗ ନେଇଥିଲେ । ସୋ ଚାଲିଥିବା ବେଳେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ପରବର୍ତ୍ତୀ ସମୟରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ସୋରେ ହ୍ୟୁମାନ ସାଗର ବିଜେତା ହୋଇଥିଲେ । ୨୦୧୭ ମସିହାରେ ଉଭୟ ବିବାହ କରିଥିଲେ । ଶ୍ରୀୟା ବାଲେଶ୍ୱର ବାସିନ୍ଦା ହୋଇଥିବା ବେଳେ ହ୍ୟୁମାନଙ୍କ ଘର ବଲାଙ୍ଗିରରେ । ଉଭୟ ଏକାଠି ଅନେକ ଗୀତ ଗାଇଛନ୍ତି । ଉଭୟଙ୍କ ଗୋଟିଏ ଝିଅ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.