ଏଥର ବି କୋଭିଡ କଟକଣା ମଧ୍ୟରେ ଚାଲିବ ବିଧାନସଭା, ସବୁ ବିଧାୟକ ଓ କର୍ମଚାରୀଙ୍କ ହେବ ଟେଷ୍ଟ

ଭୁବନେଶ୍ବର (କେନ୍ୟୁଜ): ଏଥର ବି କୋଭିଡ କଟକଣା ମଧ୍ୟରେ ଚାଲିବ ବିଧାନସଭା ଅଧିବେଶନ । ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଧାୟକଙ୍କ ବସିବା ପାଇଁ ସ୍ଥାନ ନିରୂପଣ କରାଯାଇଛି। ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ବିଧାୟିକା ଏବଂ କର୍ମଚାରୀଙ୍କ ସମେତ ସାମ୍ବାଦିକଙ୍କ କୋଭିଡ ଟେଷ୍ଟ ହେବ । ୫ ଘଣ୍ଟା ରହିବ ବିଧାନସଭା ଅଧିବେଶନର ଦୈନିକ ସମୟ ଅବଧି । ୨୫ ତାରିଖ ଦିନ ୧୧ଟାରେ ରାଜ୍ୟପାଳ ଅଭିଭାଷଣ ରଖିବେ । ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ ବାଚସ୍ପତି ତଥା ବିଧାୟକ କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବ ।

ଏହାସହ ଦିନ ୪ ଟା ଯାଏ ଗୃହ ମୁଲତବୀ ରହିବ । ପରେ ବିଧାନସଭାର କାର୍ଯ୍ୟସୂଚନା ଅନୁଯାୟୀ ଗୃହ କାର୍ଯ୍ୟ ଚାଲିବ । ଆସନ୍ତା ୩୦ ତାରିଖରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ସେପଟେ ସର୍ବଦଳୀୟ ବୈଠକରେ ୩ଟି ପ୍ରସ୍ତାବ ରଖିଛି ବିଜେପି । କୋଭିଡ ସ୍ଥିତିରେ ସୁଧାର ଆସିଥିବାରୁ ବିଧାନସଭାର ଦୈନିକ ସମୟ ଅବଧି ବୃଦ୍ଧି କରରିବା ସହ ପ୍ରଶ୍ନକାଳ ଏକ ଘଣ୍ଟା ବଦଳରେ ଦେଢ ଘଣ୍ଟା କରିବାକୁ ଦାବି ହୋଇଛି । ଏହାସହ ବିଧାନସଭାର ସମସ୍ତ ବିଜନେସ୍‌କୁ ଲାଇଭ୍‌ ଟେଲିକାଷ୍ଟ କରାଯାଉ ବୋଲି କହିଛି ଦଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.