Below header

୫ ହାଜର ଟଙ୍କା ମଧ୍ୟରେ ପାଆନ୍ତୁ ବେଷ୍ଟ ସ୍ମାର୍ଟ୍ ୱାଚ, ଭଲ ବ୍ୟାଟେରୀ ସହିତ ରହିଛି ହେଲ୍ଥ ଫିଚର୍

ଦିନକୁ ଦିନ ବଦଳୁଛି ଟେକ୍ନୋଲଜିର ଦୁନିଆ। ସେଥିପାଇଁ ଅନେକ କମ୍ପାନୀ ନୂଆ ନୂଆ ସ୍ମାର୍ଟ ଫୋନ୍ ସହିତ ସ୍ମାର୍ଟ୍ ୱାଚ ମଧ୍ୟ ତିଆରି କରୁଛନ୍ତି। ଯାହାକି ଆଜିର ବ୍ୟସ୍ତତା ଭିତରେ ଆପଣଙ୍କ ସ୍ବାସ୍ଥ୍ୟର ମଧ୍ୟ ଯତ୍ନ ନେବ। ଦୁନିଆରେ ଅନେକ କମ୍ପାନୀ ରହିଛି ଯାହା ସ୍ମାର୍ଟ୍ ୱାଚ ବା ଘଣ୍ଟା ତିଆରି କରୁଛି। ଯଦି ହାତ ଘଣ୍ଟା ବିଷୟରେ କହିବା ତେବେ ଅନେକ ଭଲ ଡିଜାଇନ୍ ସହିତ ମାର୍କେଟରେ ଲଞ୍ଚ ହେଉଛି ଏହି ସବୁ ୱାଚ।

ଆପଣ ଯଦି ସ୍ମାର୍ଟ୍ ୱାଚ କିଣିବାକୁ ଇଚ୍ଛା ରଖିଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏମିତି କିଛି ସ୍ମାର୍ଟ୍ ୱାଚ ବିଷୟରେ ଯାହା ଆପଣଙ୍କୁ ଦୈନନ୍ଦିନ ଜୀବନରେ ସାହାଯ୍ୟ କରିବା ସହିତ ଆପଣଙ୍କ ସ୍ବାସ୍ଥ୍ୟର ନେବ ଯତ୍ନ।

ପୁଣି ଏଥିରେ ଲମ୍ବା ବ୍ୟାଟେରୀ ବା ଅଧିକ ସମୟ ଚାର୍ଜ ରଖୁଥିବା ବ୍ୟାଟେରୀ ମଧ୍ୟ ଆପଣ ପାଇବେ। ତେବେ କିଛି ଦିନ ପୂର୍ବରୁ ଆସିଥିବା ଏକ ରିପୋର୍ଟ ଅନୁଯାୟୀ ଘରୋଇ କମ୍ପାନୀଗୁଡିକ ଚାଇନିଜ୍ କମ୍ପାନୀଗୁଡିକୁ ଅତିକ୍ରମ କରିଛନ୍ତି। ଗୁରୁଗ୍ରାମର ନଏଜ୍ ଏବଂ ଫାୟାର-ବୋଲ୍ଟ ସ୍ମାର୍ଟ ୱାଚ୍ ସିପମେଣ୍ଟରେ ୯.୬ ମିଲିୟନ ବୃଦ୍ଧି ପାଇଛି। ୨୦୨୧ ମସିହାରେ ଭାରତରେ ସ୍ମାର୍ଟ ୱାଚ୍ ବଜାରର ଅଭିବୃଦ୍ଧି ୩୬୪.୧ ପ୍ରତିଶତ ହୋଇଛି। ଏହି ପରିପ୍ରେକ୍ଷୀରେ ୧୨.୨ ନିୟୁତ ୟୁନିଟର ଅଭିବୃଦ୍ଧିର ଦେଖିବାକୁ ମିଳୁଛି। ଯାହାକି ୨୦୨୦ ରେ ୨.୬୩ ମିଲିୟନ ୟୁନିଟ୍ ଥିଲା।

ସ୍ମାର୍ଟୱାଚକୁ ବଜାର ମଧ୍ୟ ଅଧିକ ମାତ୍ରାରେ ବଢ଼ାଉଛି, ତେଣୁ ଏହା ସ୍ପଷ୍ଟ ଯେ ଲୋକମାନେ ବହୁ ସଂଖ୍ୟାରେ ସ୍ମାର୍ଟୱାଚ୍ କିଣୁଛନ୍ତି। ଆପଣଙ୍କ ମଧ୍ୟରୁ ଅନେକ ଅଛନ୍ତି ଯେଉଁମାନେ ସ୍ମାର୍ଟ ୱାଚ୍ କିଣିବାକୁ ଚିନ୍ତା କରୁଛନ୍ତି କିନ୍ତୁ କେଉଁଟି କିଣିବେ ତାହା ସ୍ଥିର କରିପାରୁନାହିଁ।

ଆମେ ଆପଣଙ୍କୁ କିଛି ସ୍ମାର୍ଟ ୱାଚ୍ ବିଷୟରେ କହିବୁ ଯାହାର ମୂଲ୍ୟ ରହିଛି ୫ ହଜାର ମଧ୍ୟରେ। ଏଥିରେ ରକ୍ତ ସଞ୍ଚାଳନ କିପରି ହେଉଛି ଆପଣ ଜାଣିପାରିବେ। ଏହାଛଡା ବ୍ଲଡ଼
ଅକ୍ସିଜେନ ସେନ୍ସର, ଜିପିଏସ୍ ଏବଂ ବ୍ଲୁଟୁଥ୍ କଲିଂ ଭଳି ହେଲ୍ଥ ଫିଚର ରହିଛି।

ରେଡମି ୱାଚ୍ 2 ଲାଇଟ୍:
ପ୍ରଥମେ ଆସୁଛି ରେଡମି ୱାଚ୍ 2 ଲାଇଟ୍, ଏଥିରେ 1.55-ଇଞ୍ଚ ରଙ୍ଗୀନ ଡିସ୍ପ୍ଲେ ରହିଛି। ଏହା ବ୍ୟତୀତ ରେଡମି ୱାଚ୍ 2 ଲାଇଟ୍ ର ବ୍ୟାଟେରୀ ବିଷୟରେ କହିବାକୁ ଗଲେ ଏହାକୁ ଥରେ ଚାର୍ଜ କଲେ ଏହା ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ବ୍ୟାକଅପ୍ ରଖିବ। ଘଣ୍ଟାର ଓଜନ ମାତ୍ର ୩୫ ଗ୍ରାମ। ରେଡମିର ଏହି ସ୍ମାର୍ଟ ୱାଚରେ ଇନବିଲ୍ଟ ଜିପିଏସ୍ ରହିଛି। ଏହା ବ୍ୟତୀତ, ଏହି ଘଣ୍ଟାରେ ୨୪ ଘଣ୍ଟିଆ ହୃଦସ୍ପନ୍ଦନ ବା ହାର୍ଟ ରେଟିଙ୍ଗ ମନିଟରିଂର ସୁବିଧା ରହିଛି। ରେଡମି ୱାଚ୍ 2 ଲାଇଟ୍ ର ମୂଲ୍ୟ ରହିଛି ୪ ହଜାର ୯୯୯ଟଙ୍କା।

ଘଣ୍ଟାଟି 100 ୱାଚ୍ ଫେସେଜ୍ ସହିତ ଆସିବ ଏବଂ ଏଥିରେ 100 ୱାର୍କଆଉଟ୍ ମୋଡ୍ ମଧ୍ୟ ରହିଛି। ରେଡମି ୱାଚ୍ 2 ଲାଇଟ୍ ସହିତ 17 ଟି ପ୍ରଫେସନାଲ ମୋଡ୍ ଅଛି। ରେଡମି ୱାଚ୍ 2 ଲାଇଟ୍ ୱାଟର ପ୍ରୁଫ ଓ ଏହାକୁ 5ATM ରେଟିଂ ମିଳିଛି।

Realme ସ୍ମାର୍ଟ ୱାଚ୍ 2 ପ୍ରୋ:
Realme ସ୍ମାର୍ଟ ୱାଚ୍ 2 ପ୍ରୋ ହେଉଛି ସର୍ବୋତ୍ତମ ସ୍ମାର୍ଟୱାଚ୍ ମଧ୍ୟରୁ ଗୋଟିଏ ଯାହାକୁ ଆପଣ କିଣିପାରିବେ। ରିଅଲ୍ ମି ସ୍ମାର୍ଟ ୱାଚ୍ 2 ପ୍ରୋରେ 1.75-ଇଞ୍ଚ୍ HD ଡିସପ୍ଲେ ଅଛି। ଏହା ବ୍ୟତୀତ, ଏହା ୱାଟର ଫ୍ରୁଫ୍ ଓ ଏହା IP68 ରେଟିଂ ପାଇଛି । ଏହାର ବ୍ୟାଟେରୀ ବିଷୟରେ କହିବାକୁ ଗଲେ ବ୍ୟାକଅପ୍ ୧୪ ଦିନ ପାଇଁ ରଖିବ। ରିଅଲମି ସ୍ମାର୍ଟ ୱାଚ୍ 2 ପ୍ରୋ ୪,୪୯୯ ଟଙ୍କାରେ କିଣାଯାଇପାରିବ।

Dizo Watch R:
ଏହା ପରେ ଆସୁଛି ଅନ୍ୟ ଏକ ସ୍ମାର୍ଟ୍ ୱାଚ Dizo Watch R । ଏହାର ମୂଲ୍ୟ ରହିଛି ୩ ହଜାର ୯୯୯ ଟଙ୍କା। DIZO Watch R ରେ 360×360 ପିକ୍ସେଲର ରିଜୋଲ୍ୟୁସନ୍ ରହିଛି ଓ ଏହା ସହିତ 1.3 ଇଞ୍ଚର ଅଲ୍ଟ୍ରା ଶାର୍ପ AMOLED ଡିସପ୍ଲେ ରହିଛି। ଘଣ୍ଟାଟି 45 mm ରାଉଣ୍ଡ ଡାଏଲ୍ ସହିତ ଆସିଥାଏ ଯାହା ଏକ ମେଟାଲ ଫ୍ରେମରେ ରଖାଯାଇଥାଏ। ଡିସପ୍ଲେରେ 2.5D ବକ୍ର ଗ୍ଲାସ୍ ମଧ୍ୟ ଅଛି ଯାହା ଆଣ୍ଟି ଫିଙ୍ଗର ପ୍ରିଣ୍ଟ ସହିତ ମାର୍କେଟରେ ଉପଲବ୍ଧ। ଏହି 150+ କଷ୍ଟମାଇଜେବଲ୍ ୱାଚରେ ଫେସେଜ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ ଆପଣ ସବୁବେଳେ ଅନ୍ ଡିସପ୍ଲେ ପାଇପାରିବେ।

ହାର୍ଟ ରେଟ୍ ମନିଟର ସେନ୍ସର ବ୍ୟତୀତ ଏଥିରେ ବ୍ଲଡ଼ ଅକ୍ସିଜେନ ପାଇଁ ଏକ SpO2 ସେନ୍ସର ମଧ୍ୟ ଅଛି। ଏହା ୱାଟର ଫ୍ରୁଫ ଓ ଏହା 5ATM ରେଟିଂ ପାଇଛି। ଏହାର ବ୍ୟାଟେରୀ ବିଷୟରେ କହିବାକୁ ଗଲେ ଏହା ପ୍ରାୟ ୧୦ ଦିନର ବ୍ୟାକଅପ୍ ରଖିବ ବୋଲି କମ୍ପାନୀ କହିଛି।

ଫାୟାର-ବୋଲ୍ଟ ଟକ୍:
ଏହି ଫାୟାର-ବୋଲ୍ଟ ଟକ୍ ଘଣ୍ଟାରେ ଭଲ ଫିଚର୍ ଥିବା କମ୍ପାନୀ ଦାବି କରିଛି। ଏଥିରେ ବ୍ଲୁଟୁଥ୍ କଲିଂ ସହିତ ଫିଟନେସ୍ ଟ୍ରାକର୍ ପରି ଫିଚର୍ ରହିଛି। ବ୍ଲୁଟୁଥ୍ କଲିଂ ସହିତ ଭାରତୀୟ ବଜାରରେ ବିକ୍ରି ହେଉଥିବା ଏହା ହେଉଛି ସବୁଠାରୁ ଶସ୍ତା ସ୍ମାର୍ଟ ୱାଚ୍। ଏହା ଜଳ ପ୍ରତିରୋଧକ ଓ ଏହାର ରେଟିଙ୍ଗ IPX7 ରହିଛି। ଏହା ବ୍ୟତୀତ ଏଥିରେ ଏକାଧିକ ସ୍ପୋର୍ଟସ ମୋଡ୍ ଦିଆଯାଇଛି ।
ଏହାର ବ୍ୟାଟେରୀ ବିଷୟରେ କହିବାକୁ ଗଲେ ଏହା ୫ ଦିନର ବ୍ୟାକଅପ୍ ରଖେ। ଫାୟାର-ବୋଲ୍ଟ ଟକ୍ ର ମୂଲ୍ୟ ହେଉଛି ୪ ହଜାର ୯୯୯ ଟଙ୍କା ଏବଂ ଏହା କେବଳ ଫ୍ଲିପକାର୍ଟ ମାଧ୍ୟମରେ ବିକ୍ରି ହେଉଛି। ଅଫର ଅନୁଯାୟୀ, ଏହା ବର୍ତ୍ତମାନ ୪,୪୯୯ ଟଙ୍କାରେ କିଣାଯାଇପାରିବ। ଫାୟାର-ବୋଲ୍ଟକୁ ଆପଣ ବ୍ଲାକ, ଗ୍ରୀନ ଏବଂ ଧୂସର ରଙ୍ଗରେ କିଣିପାରିବେ। ଶେଷରେ ଆସୁଛି ଟ୍ରୁକ୍ ହୋରିଜନ୍। ଟ୍ରୁକ୍ ହୋରିଜନର ମୂଲ୍ୟ ହେଉଛି ୨ ହଜାର ୯୯୯ ଟଙ୍କା । ଟ୍ରୁକ୍ ହୋରିଜନ୍ ସ୍ମାର୍ଟ ୱାଚ୍ GLONASS ସହିତ GPS ଓ ୱାଟର ପ୍ରୁଫ ସହିତ ମାର୍କେଟରେ ଉପଲବ୍ଧ।
ଏହାର P68 ରେଟିଂ ରହିଛି। ଏଥିରେ ମଲ୍ଟିପୁଲ ସପୋର୍ଟ ମୋଡ୍ ରହିବା ସହିତ ଏହା ୧୬୮ ଘଣ୍ଟା ପର୍ଯ୍ୟନ୍ତ ଅଧିକ ସମୟ ପର୍ଯ୍ୟନ୍ତ ଚାଲିବା ଭଳି ବ୍ୟାଟେରୀ ରହିଛି।
ଟ୍ରୁକ୍ ହୋରିଜନ୍ ର ଭଲ ଫିଚର୍ ବିଷୟରେ କହିବାକୁ ଗଲେ ଏହି ସ୍ମାର୍ଟ ୱାଚ୍ ର 1.69-ଇଞ୍ଚ ଫୁଲ୍ ସ୍କ୍ରିନ୍ ଟଚ୍ HD ଡିସ୍ପ୍ଲେ ରହିଛି, ଯାହାର ରେଜୋଲୁସନ 240×280 ପିକ୍ସେଲ ଅଛି। ଭଲ କନେକ୍ଟିଭିଟି ପାଇଁ ଏଥିରେ ବ୍ଲୁଟୁଥ୍ 5.0 ର ସୁବିଧା ରହିଛି। ଏହି ସ୍ମାର୍ଟ ୱାଚ୍ 24×7 ହାର୍ଟ ରେଟ୍ ସେନ୍ସର, ବ୍ଲଡ ପ୍ରେସର ମନିଟର, ବ୍ଲଡ ଅକ୍ସିଜେନ ଲେଭେଲ (SpO2), ପେଡୋମିଟର ଏବଂ ସ୍କିପିଂ ମନିଟର ସହିତ ଅନେକ ହେଲ୍ଥ ଫିଚର୍ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.