ବିବାହ ଭୋଜିକୁ ଯାଉଥିବା ବେଳେ ଧକ୍କା ଦେଲା କାର୍ : ଝିଅ ମୃତ, ବାପ-ପୁଅ ଗୁରୁତର

ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିଲେ ବାପା, ପୁଅ ଓ ଝିଅ । ହେଲେ ଅଜଣା ଗାଡ଼ି ଧକ୍କାରେ ଝିଅର ଜୀବନ ଚାଲିଯାଇଥିବା ବେଳେ ବାପା ଓ ପୁଅ ଗୁରୁତର ଆହତ ହୋଇଥିଲେ।

ବ୍ରହ୍ମପୁର (କେନ୍ୟୁଜ): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିଲେ ବାପା, ପୁଅ ଓ ଝିଅ । ହେଲେ ଅଜଣା ଗାଡ଼ି ଧକ୍କାରେ ଝିଅର ଜୀବନ ଚାଲିଯାଇଥିବା ବେଳେ ବାପା ଓ ପୁଅ ଗୁରୁତର ଆହତ ହୋଇଥିଲେ। ମୃତକ ହେଲେ ଝିଅ ହେଲେ ଉଷାରାଣୀ ପାତ୍ର। ଆହତ ଲିଙ୍ଗରାଜ ପାତ୍ର ଓ ତାଙ୍କ ପୁଅ ରାଜେନ୍ଦ୍ର ପାତ୍ର ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଗତକାଲି ଲିଙ୍ଗରାଜ ତାଙ୍କ ଝିଅ ଓ ପୁଅ ମିଶି ବିବାହ ଭୋଜିରେ ଯୋଗଦେବାକୁ ଗଣ୍ଡାପଲ୍ଲୀ ଗ୍ରାମକୁ ଯାଉଥିଲେ। ଜାତୀୟ ରାଜପଥ ପାର୍ ହେଉଥିବା ବେଳେ ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ବାପା, ଝିଅ ଓ ପୁଅ ତଳେ ଛିଟିକି ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଝିଅର ମୃତ୍ୟୁ ଘଟିଥିବା ବେଳେ ଲିଙ୍ଗରାଜ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ତିନି ଜଣ ଯାକଙ୍କୁ ରମ୍ଭା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଝିଅ ଉଷାରାଣୀକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ବାପା ଓ ପୁଅ ଏବେ ବ୍ରହ୍ମପୁର ବଡ଼ ମେଡିକାଲରେ‌ ଚିକିତ୍ସାଧୀନ ଅଛନ୍ତି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗ୍ରାମରେ ଖୁସିର ମାହୋଲକୁ ଶୋକାକୁଳ କରି ଦେଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.