ଗଞ୍ଜାମ ଚିକିଟି ନିକଟସ୍ଥ ଚାନ୍ଦପୁର ଗାଁ ନିକଟରେ ବଣୁଆ ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଆହତ

ଗଞ୍ଜାମ : ବଣୁଆ ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଆହତ। ଗଞ୍ଜାମ ଜିଲ୍ଲା ଚିକିଟି ନିକଟସ୍ଥ ଚାନ୍ଦପୁର ଗାଁ ନିକଟରେ ଏହି ଅଘଟଣ ଘଟିଛି। ମୃତକ ଜଣକ ହେଲେ ବୃନ୍ଦାବନ ବିନ୍ଧାଣି। ଗତକାଲି ରାତିରେ ୧୫ଟିକିଆ ହାତୀ ପଲ ଲୋକଙ୍କ ଜମିରେ ପଶିଥିଲେ।

କିଛି ଲୋକ ହାତୀ ପଲକୁ ଦେଖିବାକୁ ଯାଇଥିଲେ। ଏହି ସମୟରେ ଗୋଟିଏ ଦନ୍ତା ହାତୀ ଗୋଡ଼ାଇବାରୁ ଦୁଇ ଜଣ ତଳେ ପଡିଯାଇଥିଲେ। ଖବରପାଇ ବନ ବିଭାଗ ଓ ପୋସିଲ ପହଁଞ୍ଚି ହାତୀ ଘଉଡାଇବା ସହ ମୃତକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି। ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ରହୁଥିବାରୁ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.